ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ
Bihar Liquor Death: ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ବିହାରରେ ଘଟିଛି । ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଅସୁସ୍ଥ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ମୃତକମାନେ ସିୱାନ ଏବଂ ଛପରା ଜିଲ୍ଲାର ବୋଲି ସୂଚନା ରହିଛି ।
#WATCH | Bihar | Siwan Hooch Tragedy | RJD leader Tejashwi Yadav says, "Liquor ban exists only on papers. More than 30 people have died because of illicit liquor and dozens have lost their eyesight. Such a big incident has happened but the CM has not expressed sympathies towards… pic.twitter.com/zfB8hINWbA
— ANI (@ANI) October 17, 2024
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିୱାନ ଏବଂ ଛପରା ଜିଲ୍ଲାରେ ୨୮ ଜଣଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା ଦ୍ୱାରା ହୋଇଛି । ସେହିପରି ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ତେବେ ଏହା ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଯେଉଁଥିପାଇଁ ୨୦୧୬ରେ ତତ୍କାଳୀନ ସରକାର ରାଜ୍ୟରେ ମଦ ବିକ୍ରି ଉପରେ ରୋକ୍ ଲାଗାଇଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ସରଗରମ ହୋଇ ଉଠିଛି ରାଜ୍ୟର ରାଜନୀତି । ବିରୋଧି ଦଳ ଆରଜେଡି ଶାସକ ଜେଡିୟୁ ସରକାରଙ୍କ ଉପରେ ବର୍ଷିଛନ୍ତି ।












Click it and Unblock the Notifications