ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେଲେ ୨୮ ନୂଆ ମନ୍ତ୍ରୀ
୧୮ ଜଣ କ୍ୟାବିନେଟ ମନ୍ତ୍ରୀ, ୪ ଜଣ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ପ୍ରଭାରୀ ଦାୟିତ୍ୱରେ ଥିବା ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଶ୍ୱ ସାରଙ୍ଗ, କୃଷ୍ଣ ନାଗର, ଇନ୍ଦର ସିଂହ ପରମାର, ନାଗର ସିଂ ଚୌହାନ, ପ୍ରତିମା ବାଗ୍ରି, ସାମପତିଆ ଉଇକେ ଏବଂ ରାଧା ସିଂହଙ୍କ ନାମ ସାମିଲ ଅଛି।ଭୋପାଳ: ଆଜି ମଧ୍ୟପ୍ରଦେଶରେ ମୋହନ ଯାଦବ ସରକାରଙ୍କ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି । ଭୋପାଳରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟ 28 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ରୂପେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତିନିଥର ଦିଲ୍ଲୀ ଗସ୍ତ କରିଥିଲେ ।













Click it and Unblock the Notifications