ଦେଶରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ ସଂଖ୍ୟା, କେରଳରେ ସର୍ବାଧିକ ଚିହ୍ନଟ
ଦେଶରେ ପୁଣିଥରେ ବଢ଼ିଲାଣି କରୋନା ସଂକ୍ରମଣ ସଂଖ୍ୟା । ଦିଲ୍ଲୀରେ ଗତ ୩ ବର୍ଷ ପରେ ପ୍ରଥମ ଥର ପାଇଁ ୨୩ ଟି କରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ମଧ୍ୟ କରୋନା ସଂକ୍ରମଣ ଦେଖାଦେଇଛି । ଗତ ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏକାଧିକ ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେରଳରେ ସର୍ବାଧିକ ସଂକ୍ରମିତ ଠାବ ହୋଇଥିବା ଜଣାପଡ଼ିଛି। ଏଠାରେ ୨୭୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୫, ଗୁଜରାଟରେ ୩୪ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି କର୍ଣ୍ଣାଟକରେ ୩୫, ଦିଲ୍ଲୀରେ ୨୩, ଆନ୍ଧ୍ରପ୍ରଦେଶରେ ୪ ଜଣ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications