୧୨ ଦିନ ପାଇଁ ବଢିଲା ତହୱୁର ରାଣାର ହାଜତ ଅବଧି

୨୬/୧୧ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ରାଣା ହାଜତ ଅବଧିକୁ ଏନଆଇଏ କୋର୍ଟ ୧୨ ଦିନ ପାଇଁ ବଢାଇଛନ୍ତି । ତହୱୁରକୁ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ ନିଆଯାଇଥିଲା । ଏନଆଇଏ କୋର୍ଟ ତାଙ୍କ ହାଜତ ଅବଧିକୁ ୧୨ ଦିନ ପାଇଁ ବୃଦ୍ଧି କରିଛନ୍ତି। ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ତହୱୁର ହୁସେନ ରାଣା ମୁଖ୍ୟ । ତାକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମ୍ୟାନ୍ ହେଡଲିର ନିକଟତର ବୋଲି ବିବେଚନା କରାଯାଏ । ହେଡଲି ଏବଂ ରାଣା ସ୍କୁଲ ଦିନରୁ ବନ୍ଧୁ ଥିଲେ । ପରେ ହେଡଲି ସ୍ୱୀକାର କରିଥିଲା ଯେ, ସେ ଲସ୍କର-ଏ-ତୋଏବା ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା ।

୨୬/୧୧ ମୁମ୍ବାଇ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପାକିସ୍ତାନରୁ ଟ୍ରେନିଂ ନେଇ ଆସିଥିବା ୧୦ ଆତଙ୍କୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମୁମ୍ବାଇର ଭିଡ଼ ସ୍ଥାନକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣ ସମୟରେ ୧୬୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ତହୱୁର ରାଣା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲା । ଆର୍ମି ମେଡିକାଲ କଲେଜରେ ପାଠପଢ଼ିବା ପରେ ୧୦ ବର୍ଷ ଧରି ପାକିସ୍ତାନ ସେନାରେ ଡାକ୍ତର ଭାବରେ କାର୍ଯ୍ୟ କରିଥିଲା ।

Tahawwur Rana

କିନ୍ତୁ ତହୱୁର ରାଣାକୁ ତା'ର କାମ ପସନ୍ଦ ଆସିନଥିବାରୁ ସେ ଏହି ଚାକିରି ଛାଡିଦେଇଥିଲା । ୨୦୦୬ ରୁ ନଭେମ୍ବର ୨୦୦୮ ପର୍ଯ୍ୟନ୍ତ, ତହୱୁର ରାଣା ପାକିସ୍ତାନରେ ଡେଭିଡ ହେଡଲି ଏବଂ ଅନ୍ୟମାନଙ୍କ ସହିତ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲା । ଆକ୍ରମଣ ପରେ ସେ ବିଦେଶ ଚାଲିଯାଇଥିଲା । ଏବେ ତହୱୁର କାନାଡର ନାଗରିକ । ଏହାପୂର୍ବରୁ ଚିକାଗୋର ନାଗରିକ ମଧ୍ୟ ରହିସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+