26/11 ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୬ ବର୍ଷ, ୬୦ ଘଣ୍ଟାରେ ଯାଇଥିଲା ୧୬୬ ଜୀବନ
26/11 Mumbai Attack: ଆଜି ୨୬ ନଭେମ୍ବର 204 ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୧୬ ବର୍ଷ ପୁରିଛି । ୨୬ ନଭେମ୍ବର ୨୦୦୮ ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯାହା ସାରା ବିଶ୍ୱକୁ ଚକିତ କରିଥିଲା । ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା ।

ପାକିସ୍ତାନ ସ୍ଥିତ ଜିହାଦି ସଂଗଠନ ଲଶ୍କର-ଏ-ତୋଏବାର ଦଶଜଣ ସଦସ୍ୟ ମୁମ୍ବାଇର ୧୨ ଟି ସ୍ଥାନରେ ଲଗାତାର ଚାରି ଦିନ ଧରି ଆକ୍ରମଣ କରିଥିଲେ । ପ୍ରତିଷ୍ଠିତ ତାଜ ପ୍ୟାଲେସ ହୋଟେଲ, ନରିମନ ହାଉସ, ମେଟ୍ରୋ ସିନେମା ଏବଂ ଛତ୍ରପତି ଶିବାଜୀ ଟର୍ମିନାଲ ଉପରେ ହୋଇଥିବା ଆକ୍ରମଣରେ ୧୫ ଟି ଦେଶର ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା । ସାରା ଦେଶ ଏହି ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଥିଲା ।












Click it and Unblock the Notifications