ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ମାଓବାଦୀ
ରାୟପୁର: ସମଗ୍ର ଦେଶକୁ ନକ୍ସଲବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନ ବହୁତ ସଫଳତା ହାସଲ କରିଛି। ସୋମବାର ଦିନ ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁରରେ ୨୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୩ ଜଣ ପିଏଲଜିଏ ସଦସ୍ୟ ଥିବା ସୂଚନା ମିଳିଛି । ଏମାନଙ୍କୁ ଧରାଇବାକୁ ମୋଟ ୨୯ ଲକ୍ଷର ପୁରସ୍କାର ରାଶି ଥିଲା ।
୩ ଜଣ ପିଏଲଜିଏ ସଦସ୍ୟଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ଜଣେ ଡେପୁଟି କମାଣ୍ଡରଙ୍କ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆଉ ୨ ଜଣ ନକ୍ସଲଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ସଂଗଠନରେ ଭେଦଭାବ ଯୋଗୁଁ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି ।
ସେମାନେ ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିରେ ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ମାଓନେତାଙ୍କ ଦ୍ୱାରା ଆଦିବାସୀମାନଙ୍କ ଉପରେ ନିର୍ଯାତନା ଦିଆଯିବା ପରେ ସମସ୍ତେ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଲିସ୍ ଅଧୀକ୍ଷକ ଆହୁରି କହିଛନ୍ତି ଯେ ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି,

ସେମାନଙ୍କୁ ୨୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି ଏବଂ ସରକାରୀ ନୀତି ଅନୁଯାୟୀ ସମସ୍ତଙ୍କୁ ପୁନଃ ଥଇଥାନ କରାଯିବ। ସେ କହିଛନ୍ତି ଯେ ଏହି ଆତ୍ମସମର୍ପଣକୁ ମିଶାଇ ଚଳିତ ବର୍ଷ ଜିଲ୍ଲାର ୧୭୦ ଜଣ ନକ୍ସଲମାନେ ହିଂସା ଛାଡି ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ କେବଳ ବିଜାପୁରରେ ୩୪୬ ନକ୍ସଲଙ୍କୁ ଗିରଫ କରାଯାଇଛି।












Click it and Unblock the Notifications