୧୦ ବର୍ଷରେ ୨୫ କୋଟି ଲୋକ ବାହାରିଛନ୍ତି ଦାରିଦ୍ର୍ୟରୁ
Union budget 2024: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ôଥକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜନଧନ ଆକାଉଣ୍ଟ ମାଧ୍ୟମରେ ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ଏବଂ ସରକାରଙ୍କ ଅର୍ଥନୈତିକ ପରିଚାଳନା ଏହି ଉଚ୍ଚସ୍ତରର ଯାହା ଦେଶକୁ ନୂଆ ଦିଗ ଓ ନୂଆ ଆଶା ଦେଇଛି ।
ଦେଶର ଅର୍ଥନୈତିକ ପ୍ରଗତିରୁ ଦେଶର ସମସ୍ତ ରାଜ୍ୟ ଓ ବର୍ଗ ଯେପରି ସାମୂହିକ ଭାବେ ଉପକୃତ ହୁଅନ୍ତି ସେଥିପାଇଁ ମୋଦି ସରକାର ବ୍ୟବସ୍ଥା କରିଛନ୍ତି । ଆର୍ôଥକ କ୍ଷେତ୍ରକୁ ଅଧିକ ସୁଦୃଢ଼, ସହଜରେ କାର୍ଯ୍ୟ କରିବାକୁ ସକ୍ଷମ କରାଯାଉଛି । ଦେଶର ମୁଦ୍ରାସ୍ଫୀତି କୁ ନେଇ ଯେଉଁ କଠୋର ଆହ୍ୱାନର ସମ୍ମୁଖୀନ ହୋଇଥିଲା ତାହାକୁ ଅତିକ୍ରମ କରାଯାଉଛି ଏବଂ ମୁଦ୍ରାସ୍ଫୀତି ସଂଖ୍ୟା ହ୍ରାସ ପାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଡିପିର ବିକାଶ ଉପରେ ସରକାରଙ୍କ ଫୋକସ ରହିଛି ଏବଂ ଏଥିପାଇଁ ସରକାରଙ୍କ ପ୍ରୟାସ ଫଳପ୍ରଦ ହେଉଛି । ବୈଶ୍ୱିକ ଉତ୍ତେଜନା କାରଣରୁ ଆହ୍ୱାନ ବୃଦ୍ଧି ପାଉଛି, କିନ୍ତୁ ଏହି ସଙ୍କଟ ସମୟରେ ମଧ୍ୟ ଭାରତ ଭଲ ଜିଡିପି ଅଭିବୃଦ୍ଧି ହାସଲ କରିଛି । ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି । ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି ।
ଦେଶ କୋଭିଡ-୧୯ ମହାମାରୀର ଆହ୍ୱାନକୁ ଅତିକ୍ରମ କରି ଏକ ଆତ୍ମନିର୍ଭଶୀଳ ଭାରତ ପାଇଁ ମୂଳଦୁଆ ପକାଇଛି । ଗଠନମୂଳକ ସଂସ୍କାର, ଜନସାଧାରଣ ଅନୁକୁଳ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ଅର୍ଥନୀତିକୁ ନବୀକରଣ କରିବାରେ ସାହାଯ୍ୟ କରିଛି । ଆମେ ୨୦୨୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ କାର୍ଯ୍ୟ କରୁଛୁ ।












Click it and Unblock the Notifications