Get Updates
Get notified of breaking news, exclusive insights, and must-see stories!

କେରଳରେ ପ୍ରକୃତିର ତାଣ୍ତବ: ଭୂସ୍ଖଳନ ନେଲା ୨୪ ଜୀବନ, ନଦୀରେ ଭାସୁଛି ମୃତ ଦେହ

Wayanad Landslides: ନଦୀରେ ଭାସୁଛି ଶବ, ଭଙ୍ଗା ରାସ୍ତା ଏବଂ ସେତୁ । କେରଳର ୱାୟାନାଡରେ ଏପରି ବିନାଶର ଦୃଶ୍ୟ ଦେଖିବା ପାଇଁ ମିଳିଛି । ପ୍ରାୟ 200 ଘର ଭୁଶୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଶହ ଶହ ଲୋକ ଏବେ ବି ଫସି ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ ସେନା ହେଲିକପ୍ଟରଗୁଡ଼ିକ ୱାଏନାଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। କେରଳର ୱାୟାନାଡରେ ଲଗାତାର ପ୍ରବଳ ବର୍ଷା ହେତୁ ମଙ୍ଗଳବାର ଦିନ 4 ଘଣ୍ଟା ମଧ୍ୟରେ ତିନିଟି ବଡ଼ ଭୂସ୍ଖଳନ ଘଟିଛି।

Wayanad Landslides

ମୁଡକ୍କଇ, ଚୁରଲମାଲା, ଅଟମାଲା ଏବଂ ନୁଲପୁଝାରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଛି । ଏହି ଗାଁର ରାସ୍ତା ଭୂସ୍ଖଳନ ହେତୁ ଅନେକ ସେତୁ, ରାସ୍ତା ନଷ୍ଟ ହୋଇଯାଇଛି । ସେହିପରି କେବଳ ଚୁରାଲମାଲାରେ 200 ଘର ନଷ୍ଟ ହୋଇଯାଇଛି ଏବଂ 6ଟି ମୃତଦେହ ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି ।

କେନ୍ଦ୍ର ମତ୍ସ୍ୟ ବିଭାଗ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ (ପିଏମଓ) ଦକ୍ଷିଣ ଭାରତର ଭାରତୀୟ ବାୟୁସେନା, ନୌସେନା ଏବଂ ସେନା ଷ୍ଟେସନକୁ ୱାଏନାଡରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛି। ସେ କହିଛନ୍ତି ଯେ ପିଏମଓ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୱାଏନାଡା ଲୋକଙ୍କୁ ସାହାଯ୍ୟ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+