Get Updates
Get notified of breaking news, exclusive insights, and must-see stories!

ୟେମେନରୁ ଆସିଲା ବଡ଼ ଖବର, ସ୍ଥଗିତ ରହିଲା କେରଳୀ ନର୍ସଙ୍କ ଫାଶୀଦଣ୍ଡ

ମିଳିଲା ନୂଆ ଜୀବନ। ମୃତ୍ୟୁର ଅତି ପାଖକୁ ଯାଇ ଫେରିଲେ କେରଳର ନର୍ସ ନିମିଶା ପ୍ରିୟା। ଆସନ୍ତାକାଲି ତାଙ୍କୁ ଫାଶୀ ଦିଆଯିବାର ଥିଲା। ହେଲେ ବର୍ତ୍ତମାନ ଫାଶୀଦଣ୍ଡକୁ ପାଇଁ ସ୍ଥଗିତ ରଖାଯାଇଛି। ଭାରତ ସରକାର ନିମିଶା ପ୍ରିୟାକୁ ଫାଶୀରୁ ରକ୍ଷା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ। କୁହାଯାଉଥିଲା ଯେ, ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ବଞ୍ଚାଇବା କଷ୍ଟକର। କିନ୍ତୁ ଏବେ ଖବର ଆସିଛି ଯେ ତାଙ୍କ ଫାଶୀକୁ ସ୍ଥଗିତ ରଖାଯାଇଛି।

ଆପଣଙ୍କୁ କହିରଖୁଛୁ ଯେ, ୟେମେନରେ 16 ଜୁଲାଇ, 2025 ବୁଧବାରେ ନିମିଷା ପ୍ରିୟାଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ତାଙ୍କର ଫାଶୀ ଦଣ୍ଡକୁ ସ୍ଥଗିତ ରଖାଯାଇଛି । ଯାହା ନିମିଷାଙ୍କ ପରିବାର ଏବଂ ତାଙ୍କ ସମର୍ଥକମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ।

Kerala Nurse Nimisha Priya

ପ୍ରକାଶ ଥାଉକି, ଭାରତୀୟ ବଂଶୋଦ୍ଭୋବ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନ ସୁପ୍ରିମକୋର୍ଟ ଜଣେ ୟେମେନର ଜଣେ ନାଗରିକଙ୍କ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ଏନେଇ ତାଙ୍କୁ 16 ଜୁଲାଇରେ ଫାଶୀ ଦିଆଯିବାର ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ 16 ଜୁଲାଇରେ ଫାଶୀ ଦିଆଯିବ ନାହିଁ ।

ସୂଚନା ଅନୁଯାୟୀ, ଭାରତ ସରକାର ଆରମ୍ଭରୁ ଏହି ମାମଲାରେ ନିମିଷା ପ୍ରିୟାକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଆସୁଛନ୍ତି। ଜଡିତ ସମ୍ବେଦନଶୀଳତା ସତ୍ତ୍ୱେ, ଭାରତୀୟ ଅଧିକାରୀମାନେ ସ୍ଥାନୀୟ ଜେଲ କର୍ତ୍ତୃପକ୍ଷ ଏବଂ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି, ଯାହା ଫଳରେ ଦଣ୍ଡାଦେଶ ସ୍ଥଗିତ ରଖିବାର ନିଷ୍ପତ୍ତି ସମ୍ଭବ ହୋଇପାରିଛି।

ନିମିଶାଙ୍କ ଓକିଲ କହିଛନ୍ତି ଯେ, "ୟେମେନି କର୍ତ୍ତୃପକ୍ଷ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ଭାରତ ସରକାରଙ୍କ ଅନୁରୋଧ ସହ ନିମିଶାଙ୍କ ମା'ଙ୍କ ନିବେଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି।" ତେବେ ଏହି ଘଟଣାରେ ଆଗକୁ ନିମିଶାଙ୍କୁ ଫାଶୀଦଣ୍ଡ ମିଳିବ ନା ଆଜୀବନ କାରାଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+