ଭାରତକୁ ସମର୍ଥନ କରୁଛି ୨୪ ଦେଶ, ମୋଦିଙ୍କୁ ନେଇ ମିଳିଲା ମିଶ୍ରିତ ପ୍ରତିକ୍ରିୟା:ସର୍ଭେ
ନୂଆଦିଲ୍ଲୀ: ଜି -20 ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ବିଶ୍ୱର ବଡ଼ ବଡ଼ ନେତାମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି । ଏହି ସମୟରେ ଏକ ନୂତନ ସର୍ଭେ ପ୍ରକାଶ ପାଇଛି । ଯେଉଁଥିରେ ସାରା ବିଶ୍ୱରେ ଭାରତ ପ୍ରତି ସକରାତ୍ମକ ମନୋଭାବ ରହିଥିବା ନେଇ ସ୍ପଷ୍ଟ ହୋଇଛି । ନିକଟରେ ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସର୍ଭେ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ 23 ଟି ଦେଶର ଲୋକଙ୍କ ମତ ଭାରତକୁ ନେଇ ସକରାତ୍ମକ ରହିଛି ।
ପ୍ରାୟ 46 ପ୍ରତିଶତ ବୟସ୍କମାନେ ଭାରତ ସପକ୍ଷରେ ନିଜର ମତ ଦେଇଛନ୍ତି । 34 ପ୍ରତିଶତ ଲୋକ ଭାରତ ସପକ୍ଷରେ କୌଣସି ମତ ଦେଇନାହାଁନ୍ତି । ଅନ୍ୟପକ୍ଷରେ, ଯଦି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆଲୋଚନା କରିବା, ତେବେ ସେ ଲୋକମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଅଟନ୍ତି । ସୂଚନାଥାଉ ଯେ, ଏହି ସର୍ଭେରେ ପିଏମ ମୋଦିଙ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଛି ।

12ଟି ଦେଶର ଜନତା ପିଏମ ମୋଦିଙ୍କ ବିଷୟରେ ନିଜର ମତ ଦେଇଛନ୍ତି । ଯେଉଁଥିରେ 37 ପ୍ରତିଶତ ଲୋକ କହିଛନ୍ତି ଯେ, ପିଏମ ମୋଦିଙ୍କ ଉପରେ ସେମାନଙ୍କର ଆତ୍ମବିଶ୍ୱାସ ରହିଛି, ସେହିପରି 40 ପ୍ରତିଶତ ଲୋକଙ୍କର ମତ ଭିନ୍ନ ରହିଛି । ଇସ୍ରାଏଲରେ 71 ପ୍ରତିଶତ ଲୋକ ଭାରତ ସପକ୍ଷରେ ନିଜର ମତ ଦେଇଛନ୍ତି। କେନିଆ, ନାଇଜେରିଆ ଏବଂ ବ୍ରିଟେନର ଲୋକମାନେ ମଧ୍ୟ ଭାରତକୁ ସପୋର୍ଟ କରିଛନ୍ତି । 10 ଜଣଙ୍କ ମଧ୍ୟରୁ ପ୍ରାୟ 6 ଜଣ ଭାରତ ସପକ୍ଷରେ ନିଜର ମତ ଦେଇଥିବା ନେଇ ସର୍ଭେ ରିପୋର୍ଟରେ ସ୍ପଷ୍ଟ ହୋଇଛି ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ ଲୋକଙ୍କ ମତ ସାମାନ୍ୟ ଭିନ୍ନ । ପ୍ରାୟ ପଚାଶ ପ୍ରତିଶତ ଲୋକ ଭାରତ ସପକ୍ଷରେ ନିଜର ମତ ଦେଇନାହାଁନ୍ତି। 36 ପ୍ରତିଶତ ଲୋକ ଭାରତ ବିଷୟରେ ସମ୍ପୂର୍ଣ୍ଣ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ନେଦରଲ୍ୟାଣ୍ଡ ଏବଂ ସ୍ପେନର ଲୋକମାନେ ମଧ୍ୟ ଭାରତ ସପକ୍ଷରେ ନିଜର ମତ ଦେଇ ନାହାଁନ୍ତି ।
ଏହି ସର୍ଭେରେ ଅଂଶଗ୍ରହଣ କରିଥିବା 40 ପ୍ରତିଶତ ଲୋକ ବିଶ୍ୱ ବ୍ୟାପାର ଦୃଷ୍ଟିରୁ ପିଏମ ମୋଦିଙ୍କ ଉପରେ ଭରସା କରୁନଥିବା ବେଳେ 37 ପ୍ରତିଶତ ଲୋକଙ୍କ ବିଶ୍ୱାସ ମୋଦିଙ୍କ ଉପରେ ରହିଛି । । ବୈଦେଶିକ ନୀତି ସମ୍ପର୍କରେ ଜାପାନ, କେନିଆ ଏବଂ ନାଇଜେରିଆର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିଛନ୍ତି ଏବଂ ତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ 60 ପ୍ରତିଶତ କେନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ନିଜର ମତ ଦେଇଛନ୍ତି । ବ୍ରାଜିଲ ଏବଂ ମେକ୍ସିକୋର ପ୍ରାୟ 50 ପ୍ରତିଶତ ଲୋକ ପିଏମ ମୋଦିଙ୍କୁ କରନ୍ତି ବିଶ୍ୱାସ । ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଏବଂ ଆମେରିକାର ଲୋକମାନେ ପିଏମ ମୋଦିଙ୍କ ଉପରେ କମ୍ ବିଶ୍ୱାସ କରନ୍ତି ।












Click it and Unblock the Notifications