CAA ଉପରେ ୨୩୦ ମାମଲା, ଆଜି ରାୟ ଦେବେ ସୁପ୍ରିମକୋର୍ଟ

ଦେଶରେ CAA ଲାଗୁ କରିବାକୁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ମାର୍ଚ୍ଚ ୧୧ରୁ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା ପରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ସିଏଏକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏହି ଆଇନ ବିରୁଦ୍ଧରେ ଅନେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ କରିଛନ୍ତି।

Supreme Court

ସୂଚନା ଅନୁସାରେ, ସିଏଏ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ୨୦୦ରୁ ଅଧିକ ଆବେଦନ ହୋଇଛି। ଆଜି କୋର୍ଟ ଏ ଉପରେ ଶୁଣାଣି କରିବେ। କଂଗ୍ରେସ ଏବଂ ଆପ୍ ସମେତ ଅନେକ ବିରୋଧୀ ଦଳ ନାଗରିକତା ଆଇନକୁ ବିରୋଧ କରୁଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି।

୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଟିଜନ ଆମେଣ୍ଟମେଣ୍ଟ ଆକ୍ଟ ବା ସିଏଏ ବିଲ୍ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଲ୍ ଆଇନରେ ପରିଣତ ହୋଇଥିଲା। କିନ୍ତୁ ସେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଅନେକ ରାଜନୈତିକ ସଂଗଠନ ଏହାକୁ ବିରୁଦ୍ଧ କରିଥିଲେ। ସେତେବେଳେ ଆଇନ ବିରୁଦ୍ଧରେ ଅନେକ ଆବେଦନ ଦାଖଲ କରାଯାଇଥିଲା।

ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ଆଇନ ଲାଗୁ କରାଯିବା ନେଇ ଘୋଷଣା କରିଛନ୍ତି। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+