ବଜ୍ରପାତରେ ଗୋଟିଏ ଦିନରେ ଗଲା ୩୮ ଜୀବନ
Lightning Strike: ସାରା ଦେଶରେ ବର୍ତ୍ତମାନ ବର୍ଷା ଲାଗି ରହିଛି । ଯେଉଁଥି ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ଏହାରି ମଧ୍ୟ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ଗୋଟିଏ ଦିନରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହଛି । ସେହିପରି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଜ୍ରପାତ ଯୋଗୁଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ଘଟିଠି ସେହିପରି ସୁଲତାନପୁରରେ ୭ ଜଣଙ୍କର, ଚନ୍ଦୌଲିରେ ୬, ମୈନପୁରୀରେ ୫ ଜଣଙ୍କର, ପ୍ରୟାଗରାଜରେ ୪ ଜଙ୍କ ମୃତ୍ୟୁ ହୋଇଥିବା ବେଳେ ଔରୟା, ଦେୱରିଆ, ହାଥରସ, ବାରଣାସୀ ଏବଂ ସିଦ୍ଧାର୍ଥନଗରରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।

ମୃତକଙ୍କ ମଧ୍ୟରେ ୧୩ ଏବଂ ୧୫ ବର୍ଷିୟ ନାବାଳକ ମଧ୍ୟ ରହିଛନ୍ତି । ସେହିପରି ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକ ଲୋକ ଚାଷ କରିବା ସମୟରେ କେହି କେହି ମାଛ ଧରିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି ।












Click it and Unblock the Notifications