କେଦାରନାଥରୁ ଗାୟବ ୨୨୮ କେଜି ସୁନା !
Swami Avimukteshwaranand Saraswati: ଦିଲ୍ଲୀର ବୁରାଡିରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ସାରା ଦେଶର ଅନେକ ସ୍ଥାନରେ ବିରୋଧ କରାଯାଉଛି । ବର୍ତ୍ତମାନ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏ ସମ୍ପର୍କରେ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କେଦାରନାଥରେ ବଡ଼ ସୁନା ଘୋଟାଲା ହୋଇଛି, ସେହି ପ୍ରସଙ୍ଗ କାହିଁକି ଉଠାଯାଉ ନାହିଁ ? ସେ କହିଛନ୍ତି, "ସେଠାରେ ଘୋଟାଲା ହେବା ପରେ ବର୍ତ୍ତମାନ କେଦାରନାଥ ଦିଲ୍ଲୀରେ ନିର୍ମାଣ ହେବ । ପୁଣି ଏକ ଘୋଟାଲା ହେବ...।
ସେ କହିଛନ୍ତି, "କେଦାରନାଥରୁ 228 କିଲୋଗ୍ରାମ ସୁନା ନିଖୋଜ ହୋଇଯାଇଛି। ଆଜି ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ । ଏଥିପାଇଁ କିଏ ଦାୟୀ? ବର୍ତ୍ତମାନ କୁହାଯାଉଛି ଯେ ଦିଲ୍ଲୀରେ କେଦାରନାଥ ନିର୍ମାଣ ହେବ, ଏହା ହୋଇପାରିବ ନାହିଁ।"
VIDEO | Swami Avimukteshwaranand Saraswati, Shankaracharya of Jyotirmath was at 'Matoshree' in Mumbai on request of Shiv Sena (UBT) Chief Uddhav Thackeray. Here's what he said interacting with the media.
"We follow Hindu religion. We believe in 'Punya' and 'Paap'. 'Vishwasghat'… pic.twitter.com/AZCJaDfHhi
— Press Trust of India (@PTI_News) July 15, 2024
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି, "ସେ ମୋ ପାଖକୁ ଆସି ପ୍ରଣାମ କରିଥିଲେ । ଆମର ନିୟମ ଅନୁଯାୟୀ ଆମେ ତାଙ୍କୁ ଆଶୀର୍ବାଦ ଦେଇଥିଲୁ। ନରେନ୍ଦ୍ର ମୋଦି ଆମର ଶତ୍ରୁ ନୁହଁନ୍ତି। ଆମେ ତାଙ୍କର ଶୁଭେଚ୍ଛୁ, ସର୍ବଦା ତାଙ୍କ କଲ୍ୟାଣ ଚାହୁଁ। ସେ ଯଦି କୌଣସି ଭୁଲ କରନ୍ତି, ଆମେ ତାଙ୍କୁ କହୁ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହ ପରେ ଶନିବାର (ଜୁଲାଇ 13, 2024) ଆୟୋଜିତ ଶୁଭ ଆଶୀର୍ବାଦ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପହଞ୍ଚିଥିଲେ। ସେଠାରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମଧ୍ୟ ଉପସ୍ଥିତ ଥିଲେ। ଅନନ୍ତ ରାଧିକାଙ୍କୁ ଆଶୀର୍ବାଦ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ନିକଟକୁ ଯାଇ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ।
ଦିଲ୍ଲୀର କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ରବିବାର ଦିନ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଥିଲେ, ରାଜଧାନୀ ଦିଲ୍ଲୀରେ କେଦାରନାଥ ଧାମଙ୍କ ନାମରେ ମନ୍ଦିର ନିର୍ମାଣର ଆବଶ୍ୟକତା କ'ଣ ରହିଛି ? ଏପରି କରିବା ଦ୍ୱାରା କେଦାରନାଥ ଧାମଙ୍କ ସମ୍ମାନ ଏବଂ ଗୁରୁତ୍ୱ ହ୍ରାସ ହେବ ।












Click it and Unblock the Notifications