ଦିଲ୍ଲୀ-NCRରେ ଘନ କୁହୁଡ଼ି ଯୋଗୁଁ ୨୨୮ ବିମାନ ବାତିଲ୍

ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ସୋମବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୮ରେ ପହଞ୍ଚତ୍ଥିଲା। ଅତ୍ୟଧିକ ଧୂଅଁା, କୁହୁଡ଼ି ଯୋଗୁ ଅଧିକ ଦୂରତା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉ ନ ଥିଲା। ଦୃଶ୍ୟମାନ ଶୂନ ନିକଟତର ହୋଇଥିଲା। ଫଳରେ ଗାଡ଼ିଗୁଡ଼ିକ ମନ୍ଥର ଗତିରେ ଚାଲିବା ଯୋଗୁ ସକାଳେ ଦିଲ୍ଲୀର ରାସ୍ତା ଜାମ୍‌ ରହିଥିଲା। ଦିଲ୍ଲୀ ସମେତ ଅମୃତସର, ବାରାଣସୀ, ନଏଡ଼ା ଓ ଉତ୍ତର ଭାରତର ବିଭିନ୍ନ ଏୟାରପୋର୍ଟରେ ସୋମବାର ୧୭୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହୋଇଛି। ଏଥିସହିତ ଦିନ ସାରା ବହୁ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା। ଦିଲ୍ଲୀର ୪୦ଟି ବାୟୁ ଗୁଣବତ୍ତା ପର୍ଯ୍ୟବେକ୍ଷଣ କେନ୍ଦ୍ର ମଧ୍ୟରୁ ୩୮ଟିରେ ଏକ୍ୟୁଆଇ ଅତ୍ୟନ୍ତ ନିକୃଷ୍ଟ ସ୍ତରରେ ରହିଥିଲା। ୪୯୮ ଏକ୍ୟୁଆଇ ସହ ଜାହାଙ୍ଗୀରପୁରୀ ସବୁଠୁ ପ୍ରଦୂଷିତ ଅଞ୍ଚଳ ରହିଛି। ରବିବାର ଦିଲ୍ଲୀ ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୧ ରହିଥିଲା, ଯାହା ଦିଲ୍ଲୀକୁ ଶୀତଋତୁର ସବୁଠୁ ପ୍ରଦୂଷିତ ଦିନରେ ପରିଣତ କରିଥିଲା। ଏହା ଡିସେମ୍ବରରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସବୁଠୁ ଖରାପ ବାୟୁ ଗୁଣବତ୍ତା ରେକର୍ଡ। ପ୍ରତିକୂଳ ପାଗ ଯୋଗୁ ପ୍ରଦୂଷଣ ସ୍ତର ଅଧିକ ବଢ଼ିଯାଇଛି।

Delhi-NCR

ଦିଲ୍ଲୀ ବିମାନବନ୍ଦର ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର, ଯାହା ପ୍ରତିଦିନ ପ୍ରାୟ ୧୩୦୦ ବିମାନ ଚଳାଚଳ କରେ। ଇଣ୍ଡିଗୋ କହିଛି ଯେ ସକାଳେ କମ୍ ଦୃଶ୍ୟମାନତା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ଦିନସାରା ନିରାପଦ ଏବଂ ଅନୁପାଳିତ କାର୍ଯ୍ୟ ବଜାୟ ରଖିବା ପାଇଁ କିଛି ବିମାନ ବାତିଲ କରିବାକୁ ପଡିଥିଲା। ଦିଲ୍ଲୀ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା, ଅନେକ ଯାତ୍ରୀ ଫସି ରହିଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ସେମାନଙ୍କ ଲଗେଜ ପାଇଁ ଅପେକ୍ଷା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+