Get Updates
Get notified of breaking news, exclusive insights, and must-see stories!

ସଂସଦ ଆକ୍ରମଣକୁ ପୂରିଲା ୨୨ ବର୍ଷ , ମୋଦୀଙ୍କ ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବହୁ ବରିଷ୍ଠ ନେତା

ନୂଆଦିଲ୍ଲୀ: ସଂସଦ ଆକ୍ରମଣକୁ ପୁରିଛି ୨୨ ବର୍ଷ । ଏହି ଅବସରରେ ଆଜି ସଂସଦରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶୀତ ଅଧିବେଶନର ଅଷ୍ଟମ ଦିନରେ ଅର୍ଥାତ୍ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ସଂସଦରେ ଏକତ୍ରିତ ହୋଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

parlament

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ କହିଛନ୍ତି ଯେ ୨୦୦୧ ରେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସୁରକ୍ଷା କର୍ମୀଙ୍କ ପାଇଁ ଦେଶ ଚିରଦିନ ପାଇଁ ଋଣୀ ରହିବ । ୨୨ ବର୍ଷ ପୂର୍ବେ ଏହି ଦିନ ଦେଶର ରାଜନୀତି ନେତୃତ୍ୱର ଶୀର୍ଷ ଧାଡି ହଟାଇବା ଏବଂ ଆମ ଗଣତନ୍ତ୍ରର ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ଆତଙ୍କବାଦୀଙ୍କ ନିଷ୍ଠୁର ଯୋଜନା ମାତୃଭୂମି ପାଇଁ ପ୍ରାଣ ହରାଇଥିବା ନଅ ଜଣଙ୍କ ସମେତ ସାହସୀ ସୁରକ୍ଷା କର୍ମୀମାନେ ଏହାକୁ ଖଣ୍ଡନ କରିଥିଲେ । ରାଷ୍ଚ୍ରପତି ମୁର୍ମୁ ' ଏକ୍ସ' ରେ ଏକ ପୋଷ୍ଟରେ ଏହା କହିଛନ୍ତି । ରାଷ୍ଟ୍ରପତି ଆହୁରି କହିଛନ୍ତି, ସେମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ।
କେମିତି ହୋଇଥିଲା ଆକ୍ରମଣ ?

ପାକିସ୍ତାନର ଲସ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦ ପୋଷାକର ଆତଙ୍କବାଦୀମାନେ ୧୩ ଡିସେମ୍ବର , ୨୦୦୧ ରେ ସଂସଦ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲେ । ହଠାତ୍ ଆମ୍ବାସଡ଼ର କାର୍‌ରେ ନାଲି ବତି ଓ ନକଲି ଗୃହ ମନ୍ତ୍ରାଳୟ ଷ୍ଟିକର୍ ଲଗାଇ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିଲେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ । କାର୍‌ଟି ୧୨ ନମ୍ବର୍ ବିଲ୍‌ଡିଙ୍ଗ୍ ଗେଟ୍ ଆଡ଼କୁ ଯାଉଥିବା ବେଳେ ସୁରକ୍ଷାକର୍ମୀମାନଙ୍କ ମନରେ ସନ୍ଦେହ ହୋଇଥିଲା । କାର୍ ପଛକୁ ଫେରାଇବାକୁ କହିବାରୁ ଆତଙ୍କବାଦୀମାନେ ଗାଡ଼ିରୁ ବାହାରି ଗୁଳି ଚଳାଇବା ଆରମ୍ଭ କରିଥିଲେ । ୩୦ ମିନିଟ ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ପାଞ୍ଚ ଜଣ ଆତଙ୍କବାଦୀଙ୍କ ସମେତ ଆଠଜଣ ସୁରକ୍ଷା କର୍ମୀ ଓ ଜଣେ ମାଳୀ ପ୍ରାଣ ହରାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+