ଛତିଶଗଡ଼ରେ ନକ୍ସଲଙ୍କ ବର୍ବର କାଣ୍ଡ : 22 ଯବାନ ସହିଦ୍, 32 ଆହତ, ଏବେ ନିଖୋଜ ଅଛନ୍ତି ଯବାନ
ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ଏପର୍ଯ୍ୟନ୍ତ 22 ଜଣ ଯବାନ ସହିଦ ହୋଇଛନ୍ତି
ଛତିଶଗଡ : ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ଏପର୍ଯ୍ୟନ୍ତ 22 ଜଣ ଯବାନ ସହିଦ ହୋଇଛନ୍ତି । ଏଥିସହିତ ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି । ଏହି ଆକ୍ରମଣରେ ସମୁଦାୟ 32 ଯବାନ ଆହତ ହୋଇଛନ୍ତି, ଯେଉଁଥିରେ 25 ଜଣ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଅପରପକ୍ଷରେ ଛତିଶଗଡ ପୋଲିସ ମଧ୍ୟ 9 ଜଣ ନକ୍ସଲଙ୍କୁ ହତ୍ୟା କରିଥିବା ଦାବି କରିଛି । ଏଥିସହ ପୋଲିସ ଅଧିକାରୀଙ୍କ ଅନୁଯାୟୀ ସୁରକ୍ଷା ବାହିନୀ ମଧ୍ୟ ମହିଳା ନକ୍ସଲଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଶୁକ୍ରବାର ରାତିରେ ବିଜାପୁର ଏବଂ ସୁକମା ଜିଲ୍ଲାର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର କୋବ୍ରା ବାଟାଲିୟନ, DRG ଏବଂ STF ର ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ସାମିଲ ହୋଇଥିଲେ ।

ବିଜାପୁର ଜିଲ୍ଲାର ତରେମ, ଉସୁର, ସୁକମା ଜିଲ୍ଲାର ମୀନାପା ଏବଂ ନରସାପୁରାମରୁ ପ୍ରାୟ ଦୁଇ ହଜାର ଯବାନ ଏହି ଅପରେସନରେ ଜଡିତ ଥିଲେ ।
ଭୁପେଶ ବାଗେଲଙ୍କ ସହ କଥା ହେଲେ ଗୃହମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ ଏହି ଏନକାଉଣ୍ଟର ସମ୍ପର୍କରେ ଆଲୋଚନା କରିବା ସହ ସେଠାକାର ପରିସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ନେଇଛନ୍ତି । CRPFର ମହାନିର୍ଦ୍ଦେଶକଙ୍କୁ ତୁରନ୍ତ ଛତିଶଗଡ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଏନକାଉଣ୍ଟରରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଦେଶ ସେମାନଙ୍କ ବଳିଦାନକୁ ଭୁଲିବ ନାହିଁ । ଆମେ ଶାନ୍ତି ଏବଂ ବିକାଶର ଶତ୍ରୁମାନଙ୍କ ବିରୁଦ୍ଧରେ ଲଢେଇ ଜାରି ରଖିବୁ।
ତିନି ଘଣ୍ଟା ଧରି ଚାଲିଥିଲା ମୁକାବିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି
ଛତିଶଗଡରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସହୀଦ ଯବାନମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସେମାନଙ୍କ ବଳିଦାନ କେବେ ଭୁଲି ହେବ ନାହିଁ । ସେ ଟ୍ୱିଟ୍ରେ କହିଛନ୍ତି, "ଛତିଶଗଡରେ ମାଓବାଦୀଙ୍କ ସହ ଲଢେଇ ସମୟରେ ସହିଦ ହୋଇଥିବା ଯବାନଙ୍କ ପରିବାର ସହ ମୋର ସମବେଦନା ରହିଛି । ସାହସୀ ସହିଦମାନଙ୍କ ବଳିଦାନ କେବେ ବି ଭୁଲି ପାରିବ ନାହିଁ। ଆହତମାନଙ୍କୁ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି।"
ନକ୍ସଲ ଆକ୍ରମଣକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
Strongly condemn the cowardly attack by left-wing extremists on our jawans in #Sukma, Chhattisgarh. My deepest condolences to the families of the jawans who embraced martyrdom while fighting for the country. Wish speedy recovery to the injured.
— Naveen Patnaik (@Naveen_Odisha) April 4, 2021
ଛତିଶଗଡର ନକ୍ସଲ ଆକ୍ରମଣକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ସେ କହିଛନ୍ତି,
"ଛତିଶଗଡର ସୁକମାରେ ବାମପନ୍ଥୀ ଉଗ୍ରବାଦୀଙ୍କ ଦ୍ୱାରା ହୋଇଥିବା ଭୟଭୀତ ଆକ୍ରମଣକୁ ଦୃଢ ନିନ୍ଦା କରୁଛି । ଦେଶ ପାଇଁ ସଂଗ୍ରାମ କରୁଥିବା ସମୟରେ ସହୀଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରୁଛି ।"












Click it and Unblock the Notifications