ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ

Tripura floods: ଗତ କିଛି ଦିନ ହେବ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ତ୍ରୁପୁରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତ୍ରିପୁରାରେ ବନ୍ୟା ଯୋଗୁଁ ପ୍ରାୟ 22 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦୁଇଜଣ ନିଖୋଜ ଥିବା ନେଇ ସୂଚନା ରହିଛି । ଏପରି ସ୍ଥିତିରେ ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ର 40 କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛି । ଏନେଇ ଅମିତ ଶାହ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମାଣିକ ସାହା ଫେସବୁକରେ କହିଛନ୍ତି ଯେ, ଅଶ୍ୱାନୀ ତ୍ରିପୁରା ପାରା ଏବଂ ଶାନ୍ତିରବାଜରର ଦେବିପୁରରେ ଭୂସ୍ଖଳନ ପରେ ଦଶ ଜଣଙ୍କ ମାଟି ତଳେ ପୋତି ହୋଇ ମୃତ୍ୟୁ ହୋଇଥିଲା । ଏଥିସହ ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ସରକାର ଏବଂ ଏନଡିଆରଏଫ କର୍ମଚାରୀଙ୍କୁ ସହାୟତା କରିବାକୁ ସିଏମ ରାଜ୍ୟରେ ସାଧାରଣ ନାଗରିକଙ୍କୁ ଅନୁରୋଧ କରିଛନ୍ତି ।

ପରିସ୍ଥିତି ବର୍ତ୍ତମାନ ଚିନ୍ତାଜନକ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସରକାର ଏବଂ NDRF ଦଳକୁ ସହଯୋଗ କରନ୍ତୁ । ମୁଁ ବ୍ୟକ୍ତିଗତ ଭାବରେ ସମସ୍ତ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛି । ତେବେ ତ୍ରିପୁରାରେ ବନ୍ୟା ଯୋଗୁଁ ପ୍ରାୟ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ପ୍ରବଳ ବର୍ଷା ହେତୁ ପ୍ରାୟ ୬୫,୪୦୦ ଲୋକ ୪୫୦ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

Tripura Rain

ଆସାମ ରାଇଫଲ୍ସ ଏବଂ ଆଇଜିଆର (ପୂର୍ବ) ଅଧୀନରେ କାର୍ଯ୍ୟ କରୁଥିବା ୧୮ ଆସାମ ରାଇଫଲର ଦୁଇଟି କଣ୍ଟିଜେଣ୍ଟ ଅମରପୁର, ଭାମପୁର, ବିଶାଲଗଡ ଏବଂ ରାମନଗରରେ ନିୟୋଜିତ ହୋଇଛି। ସେନା ପ୍ରାୟ ୮୫ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ରାସନ ଯୋଗାଇ ଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ତ୍ରିପୁରାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଏନଡିଆରଏଫର ୧୧ ଟି ଟିମ୍, ସେନାର ତିନୋଟି କଣ୍ଟିଜେଣ୍ଟ ଏବଂ ବାୟୁସେନାର ଚାରିଟି ହେଲିକପ୍ଟର ନିୟୋଜିତ ଅଛି ।

ତେବେ ୨,୦୩୨ ସ୍ଥାନରେ ଭୂସ୍ଖଳନ ହୋଇଥିବା ରିପୋର୍ଟ କରାଯାଇଛି, ଯେଉଁଥିରୁ ୧,୭୮୯ ଟ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆବର୍ଜନା ସଫା କରିବା ଏବଂ ଅନ୍ୟ ପ୍ରଭାବିତ ସ୍ଥାନରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଏହି ସମୟରେ, ଗୁରୁବାର ଏବଂ ଶୁକ୍ରବାର ଦିନ ତ୍ରିପୁରାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି IMD ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+