ମୁଖ୍ୟସ୍ରୋତରେ ସାମିଲ ହେଲେ ୨୨ ମାଓବାଦୀ, ପୁଲିସ ନିକଟରେ କଲେ ଆତ୍ମସମର୍ପଣ
ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତ ୨୦ ତାରିଖରେ ବିଜାପୁର ପୁଲିସ ୨୬ ଜଣ ନକ୍ସଲଙ୍କୁ ମାରିବା ପରେ ସଂଗଠନରେ ହଡକମ୍ପ ମଚିଥିଲା। ନକ୍ସଲ ମୃତ୍ୟୁକୁ ଭୟ କରିବା ସହ ସଂଗଠନ ଛାଡିବା ପାଇଁ ଆଗେଇ ଆସିଥିଲେ। ନକ୍ସଲ ସଂଗଠନରେ ନର୍ଯାତନା ଏବଂ ପୁଲିସର ଘନ ଘନ ଚଢାଉରେ ନକ୍ସଲଙ୍କର ମୃତ୍ୟୁ ଅନ୍ୟ ନକ୍ସଲମାନଙ୍କୁ ଭୟଭିତ କରାଇଛି।
ଆନ୍ଧ୍ର ଓଡିଶା ବଡର ଡିଭିଜନ ଏବଂ ତେଲେଙ୍ଗାନା ଷ୍ଟେଟ ଏରିଆ କମିଟିର ୨୨ ଜଣ ନକ୍ସଲ ଜିଲ୍ଲା ପୁଲିସ ଏବଂ ଆଇଜି ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ନାମରେ ୬ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ଦେଶରୁ ହଟିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରିଥିବା ଘୋଷଣା ଧୀରେଧୀରେ ସଫଳତା ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି।

ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ପ୍ରଶାସନ ୨୫ ହଜାର ଟଂକା ଲେଖାଏଁ ସହାୟତା ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ କରାଯିବା ବୋଲି କହିଛି। ଏବେ ବି ସମୟ ଅଛି ବୋଲି ପୁଲିସ କହିଛି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି।












Click it and Unblock the Notifications