ନିର୍ବାଚନ ପୂର୍ବରୁ ଚିରାଗ ପାଶ୍ୱାନଙ୍କୁ ଝଟକା: ଦଳ ଛାଡ଼ିଲେ ୨୨ ନେତା
Lok Sabha Election 2024: ନିର୍ବାଚନ ପୂର୍ବରୁ ଚିରାଗ ପାଶ୍ୱାନଙ୍କୁ ଝଟକା । ଲୋକ ଜନଶକ୍ତି ପାର୍ଟିକୁ ଇସ୍ତଫା ଦେଲେ ୨୨ ନେତା । ଏଥିରେ ରାଷ୍ଟ୍ରୀୟ ଏବଂ ପ୍ରଦେଶ ପଦାଧିକାରୀ ସାମିଲ ମଧ୍ୟ ସାମିଲ ଅଛନ୍ତି । ମିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଦଳର ମୁଖ୍ୟ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ପାର୍ଟିରେ କର୍ମକର୍ତ୍ତା ମାନେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ, ଦଳ ଛାଡିଥିବା ନେତା ମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ଦିନ ଦେଳରେ ରହି ମଧ୍ୟ କିଛି ଲାଭ ମିଳିନାହିଁ । ବାହର ନେତାଙ୍କୁ ଦଳ ଟିକେଟ୍ ଦେଉଛି, ଏପରିକି ଚିରାଗ ପାଶୱାନ ଟିକେଟ୍ ବିକ୍ରି କରୁଥିବା ନେଇ ଅଭିଯୋଗ କରାଯାଉଛି । ଦଳରେ ଥାଇ ଅଣଦେଖା ହୋଇଥିବାରୁ ପାର୍ଟି ଛାଡିବାର ନିଷ୍ପତ୍ତି ନେଇଛନ୍ତି କର୍ମକର୍ତ୍ତା । ଏହି ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନାଥାଉ ଯେ, ଜୁଲାଇରେ ଚିରାଗ ପାଶ୍ୱାନ ଏନଡିଏରେ ସାମିଲ ଯୋଗ ଦେଇଥିଲେ । ବିହାର ଲୋକସଭା ମୋଟ୍ ୪୦ ଲୋକସଭା ଆସନ ମଧ୍ୟରୁ ଚିରାଗ ପାଶ୍ୱାନଙ୍କୁ ୫ଟି ସିଟ୍ ମିଳିଛି । ଚିରାଗ ପାଶ୍ୱାନ ହାଜିପୁରାରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ସେହିପରି ବୈଶାଳୀରୁ ବୀଣା ହିଂସ, ଜମୁଇରୁ ଅରୁଣ ଭାରତୀୟ, ସମସ୍ତିପୁରରୁ ଶାମ୍ଭବୀ ଚୌଧୁରୀ ଏବଂ ଖଗଡିଆରୁ ରାଜେଳ ବର୍ମା ନିର୍ବାଚନ ଲଢିବା ନେଇ ସୂଚନା ରହିଛି ।












Click it and Unblock the Notifications