ଇଡେନ୍ ଗାଡେର୍ଣ୍ଣରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା
କୋଲକତା: ଇଡେନ୍ ଗାଡେର୍ଣ୍ଣରେ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା । ଷ୍ଟାଡିୟମ ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତ ଦେହ । ଯୁବକ ଜଣକ ଷ୍ଟାଡିୟମ ଭିତରେ କେ ବ୍ଲକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ଏହି ଖବର ପ୍ରକାଶ ପାଇବା ପରେ ଚାରିଆଡେ ଚହଳ ସୃଷ୍ଟି ହୋଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତକ ଜଣଙ୍କର ହେଲେ ଓଡ଼ିଶାର ୨୧ ବର୍ଷିୟ ଧନଞ୍ଜୟ ବାରିକ । ସେ ଭଦ୍ରକ ଅଞ୍ଚଳର ହୋଇଥିବା ନେଇ ସୂଚନା ରହିଛି । ସେ କଲିକତାରେ ରହି ଇଡେନ୍ ଗାଡେନରେ ଗ୍ରାଉଣ୍ତ ଷ୍ଚାଫ୍ ଭାବେ କାମ କରୁଥିଲେ ।ତାଙ୍କ ପିକାଙ୍କ ନାଁ ଚନ୍ଦ୍ର ବାରିକ ।
ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ଧନଞ୍ଜୟଙ୍କ ମୃତ ଦେବ ଦେଖିଥିଲେ ଷ୍ଚାଡିୟମରେ କାମ କରୁଥିବା କର୍ମଚାରୀ ମାନେ । ଏହା ପରେ ସେମାନେ ବିଳମ୍ବ ନ କରି ସ୍ଥାନୀୟ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହ ଉଦ୍ଧାର କରିବା ସବ ବ୍ୟବଚ୍ଛେଦ ପାଇଁ ଏସଏସକେଏସ୍ ଡାକ୍ତରଖାନାକୁ ପଠାଇଥିଲା ।
ତେବେ ସେ ହାକିଁକି ଆତ୍ମହତ୍ୟା କଲେ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ତେବେ ଷ୍ଚାଡିୟମରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରୁଛି ପୋଲିସ । ମୃତକ ଧନଞ୍ଜୟ ନିଜ ବାପା ଏବଂ ଦାଦାଙ୍କ ସହ ରହି ଇଡେନ୍ ଗାଡେର୍ଣ୍ଣନର ମାଳିକାମ କରୁଥିଲେ ।












Click it and Unblock the Notifications