ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା , ୨୧ ଯାବାନ ଆହତ

ଭୋପାଳ: ଦେଶରେ ଗତକାଲି ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଆଉ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଓଲଟିଲା ବସ୍ । ଏଥିରେ ୨୧ ପୋଲିସ କର୍ମୀଙ୍କ ସମେତ ହୋମ ଗାର୍ଡ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଏସଡିଓପି ଶାଲିନୀ ପରସ୍ତେ ଏହି ସୂଚନା ଦେଇଛନ୍ତି ।

ଏସ୍‌ଡିପିଓ ଶାଲିନୀ ପାରସ୍ତେ ଏହି ଦୁର୍ଘଟଣାକୁ ନେଇ କହିଛନ୍ତି, ଶନିବାର ସକାଳ ପ୍ରାୟ ୪.୧୫ ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ବସରେ ରାଜଗଡ ଜିଲ୍ଲାର ୫ଜଣ ପୁଲିସ କର୍ମଚାରୀ ଓ ହେମଗାର୍ଡ ରହିଥିଲେ । ଏ ସମସ୍ତେ ଛିନ୍ଦୱାଡାରୁ ନିର୍ବାଚନ ଡ୍ୟୁଟି ସାରି ରାଜଗଡକୁ ଫେରୁଥିଲେ, କିନ୍ତୁ ବୈତୁଲ ନିକଟରେ ଏକ ଟ୍ରକ ସହିତ ସେମାନଙ୍କ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

bus accident

ସୂଚନା ମୁତାବକ, ତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ, ନିର୍ବାଚନ ଡ୍ୟୁଟି ସାରି ଯବାନମାନେ ଫେରୁଥିଲେ । ଏହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ଉକ୍ତ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଉକ୍ତ ବସ୍‌ରେ ମୋଟ ୪୦ ଜଣ ଯବାନ ଥିଲେ । ଏଥିରେ ୨୧ ଜଣ ଯବାନ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+