ନ୍ୟାୟ ପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ପ୍ରୟାସ, ମୁଖ୍ୟ ବିଚାର ପତିଙ୍କୁ ଚିଠି ଲେଖି ଉଦ୍ବେଗ ପ୍ରକାଶ କଲେ ୨୧ ପୂର୍ବତନ ବିଚାର
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଲେ ଅବସରପ୍ରାପ୍ତ ବିଚାର ପତି ।ସୁପ୍ରିମକୋର୍ଟ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତି ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ଏକ ଚିଠି ଲେଖିଛନ୍ତି। ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି। ସୁଚିନ୍ତିତ ଚାପ, ଭୁଲ ତଥ୍ୟ ଏବଂ ସାର୍ବଜନିକ ଅପମାନ ଦ୍ୱାରା ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଚିଠିରେ ଉଲ୍ଲେଖ ଅଛି।

ଚିଠିରେ ଦର୍ଶାଯାଇଛି ଯେ, ଯେଉଁମାନେ ଏପରି କରୁଛନ୍ତି ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଓ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଏହି ଚିଠି ଲେଖାଯାଇଛି।
ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ ମାହେଶ୍ୱରୀ ଏବଂ ଏମଆର ଶାହାଙ୍କ ସମେତ ପୂର୍ବତନ ବିଚାରପତିମାନେ କୋର୍ଟ ଏବଂ ବିଚାରପତିଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ କରିଛନ୍ତି। ପତ୍ରର ଶୀର୍ଷକ 'ନ୍ୟାୟପାଳିକାକୁ ଅନାବଶ୍ୟକ ଚାପରୁ ମୁକ୍ତ କରିବାର ଆବଶ୍ୟକତା ରହିଛି'। ଏହାପରେ ସେମାନେ ଲେଖିଛନ୍ତି, ଏପରି କାର୍ଯ୍ୟ କେବଳ ନ୍ୟାୟପାଳିକାର ପବିତ୍ରତାକୁ ନଷ୍ଟ କରେ ନାହିଁ, ବରଂ ନ୍ୟାୟ ଏବଂ ନିରପେକ୍ଷତା ପାଇଁ ସିଧାସଳଖ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଥାଏ। ଏପରି ଚାପକୁ ଖାତିର ନକରି ଆଇନ ବ୍ୟବସ୍ଥାର ପବିତ୍ରତା












Click it and Unblock the Notifications