କିଡନୀରୁ ବାହାରିଲା 206 ଖଣ୍ଡ ଷ୍ଟୋନ
ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମର ସଫଳ ଅସ୍ତ୍ରୋପ୍ରଚାର। ଜଣେ ବ୍ୟକ୍ତିଙ୍କ କିଡନୀରୁ ଏହି 206ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଛନ୍ତି ଟିମ । ତେବେ ଏତେ ସଂଖ୍ୟକ ଷ୍ଟୋନ ଦେଖି ଡାକ୍ତରୀ ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ହାଇଦ୍ରାବାଦ: ହ୍ରାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମର ସଫଳ ଅସ୍ତ୍ରୋପ୍ରଚାର। ଜଣେ ବ୍ୟକ୍ତିଙ୍କ କିଡନୀରୁ ଏହି 206ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଛନ୍ତି ଟିମ । ତେବେ ଏତେ ସଂଖ୍ୟକ ଷ୍ଟୋନ ଦେଖି ଡାକ୍ତରୀ ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଦୀର୍ଘ 6 ମାସରୁ ଅଧିକ ସମୟ ଧରି ରୋଗୀ ଜଣଙ୍କ ଯନ୍ତ୍ରଣା ପାଇବା ପରେ ଡାକ୍ତରଙ୍କ ପରାମର୍ଶ କରିଥିଲେ । ରୋଗୀ ଜଣଙ୍କ ହେଉଛନ୍ତି ନାଲଗୋଣ୍ଡା ନିବାସୀ ବୀରମାଳା ରାମଲକ୍ଷ୍ମାଆ । ଅନେକ ଦିନ ହେବ ସେ ଯନ୍ତ୍ରଣା ଭୋଗିବା ସହ ଖରା ଆରମ୍ଭ ପରେ ଏହି ଯନ୍ତ୍ରଣା ବେଶୀ ବଢିଥିଲା । ଫଳରେ ଏପ୍ରିଲ 22ରେ ଆୱାର ଗ୍ଲେନେଗଲ୍ସରେ ଗ୍ଲୋବାଲ୍ ହସ୍ପିଟାଲ ଚେକଅପ ପାଇଁ ଆସିଥିଲେ ।
ହସ୍ପିଟାଲ ସିନିୟର ୟୁରୋଲୋଜିଷ୍ଟ ଡାକ୍ତର ପୁଲୋ ନବୀନ କୁମାର ପ୍ରାଥମିକ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ପରେ ରୋଗୀଙ୍କ ପେଟର ବାମ ପାର୍ଶ୍ବରେ କିଡନୀରେ ଷ୍ଟୋନ ଥିବା ଜାଣିବାକୁ ପାଇଥିଲେ ।
ଏହାପରେ କ୍ୟୁବ ସ୍କାମ ମଧ୍ୟ କରିଥିଲେ । ଏହାପରେ ଏକ ଘଣ୍ଟା ଧରି ବ୍ୟକ୍ତି ଜଣଙ୍କର କିହୋଲ ସର୍ଜରୀ କରାଯାଇ କିଡନୀରୁ 206ଟି ଷ୍ଟୋନ ବାହାର କରିବାରେ ସଫଳ ହୋଇଥିଲା ଡାକ୍ତରୀ ଟିମ। ବର୍ତ୍ତମାନ ରୋଗୀ ଜଣଙ୍କ ସୁସ୍ଥ ଥିବା ବେଳେ ଅପରେସନ ଗୋଟିଏ ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିବା କହିଛନ୍ତି ଡାକ୍ତର ।












Click it and Unblock the Notifications