୩ଟି ଗରମ ବର୍ଷ ମଧ୍ୟରୁ ଅନ୍ୟତମ ହୋଇପାରେ ୨୦୨୫ ବର୍ଷ, ଜାରି ହେଲା ସତର୍କ ସୂଚନା
Weather News: ୟୁକେ ପାଣିପାଗ ବିଭାଗର ବୈଜ୍ଞାନିକମାନଙ୍କ ରିପୋର୍ଟ ଅନୁସାରେ ୨୦୨୫ ବର୍ଷରେ ଅତ୍ୟଧିକ ଗରମ ହେବାର ସମ୍ଭାବନା ରହିଛି । ୨୦୨୫ ବିଶ୍ୱର ତିନୋଟି ଗରମ ବର୍ଷ ମଧ୍ୟରୁ ଅନ୍ୟତମ ହୋଇ ପାରେ । ପୂର୍ବରୁ ଏନେଇ ଡବ୍ଲୁଏମଓ ସତର୍କ ସୂଚନା ମଧ୍ୟ ଜାରି କରି ସାରିଛି ।
ତେବେ ଅତ୍ୟଧିକ ଗରମର କାରଣ ହେଉଛି ଗ୍ରୀନହାଉସ ଗ୍ୟାସସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଉଛି । ଯେଉଁଥି ପାଇଁ ଭବିଷ୍ୟତରେ ଆହୁରି ଗରମ ବଢିବାର ସମ୍ଭାବନା ରହିଛି । ୨୦୨୪ ଏବଂ ୨୦୨୩ ଚଳିତ ବର୍ଷ ଥଣ୍ତା ମଧ୍ୟ ବିଳମ୍ବରେ ଆସିବା ସହ ଜଲଦି ଚାଲିଯାଇଛି ଏବଂ ଅନେକ ସ୍ଥାନରେ ବର୍ତ୍ତମାନ ପ୍ରଚଣ୍ତ ଖରା ହେଲାଣି ।

ଜାନୁଆରୀ ମାସରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୧୯ ମାସରୁ ୧୮ ମାସ ମଧ୍ୟରେ ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିଏସ୍ ବୃଦ୍ଧି ପାଇଛି । ଏନେଇ C3S ଏକ ମାସିକ ବୁଲେଟିନରେ ସୂଚନା ଜାରି କରିଛି । ଜାନୁଆରୀ ମାସରେ ବିଶ୍ୱର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ସମୟ ତୁଳନାରେ ୧.୭୫C ଅଧିକ ଥିଲା। ବିଶ୍ୱ ସ୍ତରରେ, ଜାନୁଆରୀ ମାସରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ମାସ ପାଇଁ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ।












Click it and Unblock the Notifications