ଭାରତର ବିକାଶ ଯାତ୍ରାରେ ୨୦୨୫ ଥିଲା ଏକ ସଫଳ ବର୍ଷ
ଭାରତର ବିକାଶ ଯାତ୍ରାରେ ୨୦୨୫ ଏକ ସଫଳ ବର୍ଷ ଥିଲା । ଗତବର୍ଷ ସରକାରଙ୍କ ନୀତିଗୁଡ଼ିକ ଦେଶର ଅର୍ଥନୈତିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ବାସ୍ତବତାର ରୂପ ନେଇଥିଲା । ସଂସ୍କାର ବର୍ଷ ସିରିଜ୍ରେ ଆସନ୍ତୁ ଜାଣିବା ୨୦୨୫ ମସିହାରେ ଆର୍ଥିକ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ । ଗତବର୍ଷ ଦେଶରେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱସ୍ତରରେ ପ୍ରଭାବସୃଷ୍ଟି କରିଥିଲା । ବିଶ୍ୱ ବ୍ୟାଙ୍କ୍ ଭାରତକୁ ଜG-7 ଏବଂ G-20 ରାଷ୍ଟ୍ରମାନଙ୍କ ଅର୍ଥନୈତିକ ବିକାଶ ସମକକ୍ଷ ଦେଶ ଭାବେ ଘୋଷଣା କରିଥିଲା ।

ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ୍ ଅନୁଯାୟୀ ୨୦୧୫ରେ ଭାରତରେ ସାମାଜିକ ସୁରକ୍ଷା ୧୯ % ଥିବା ବେଳେ ୨୦୨୫ ସୁଦ୍ଧା ଏହା ୬୪.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇ.ଏମ୍.ଏଫ୍. ଭାରତର ଏକିକୃତ ଦେୟ ବ୍ୟବସ୍ଥା ୟୁ.ପି.ଆଇ.କୁ ବିଶ୍ୱର ସର୍ବବୃହତ ରିୟଲ୍ ଟାଇମ୍ ପେମେଣ୍ଟ ସିଷ୍ଟମ୍ ଭାବରେ ସ୍ୱୀକୃତି ଦେଇଛି । ବିଶ୍ୱ ସ୍ତରରେ ୟୁ.ପି.ଆଇ. ମାଧ୍ୟମରେ ୪୯ ପ୍ରତିଶତ କାରବାର ହେଉଛି । ଅନ୍ୟ ପକ୍ଷରେ ଗତ ଦଶନ୍ଧିରେ ୧୭.୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ବେଳେ ୟୁନେସ୍କୋ ସ୍ୱୀକୃତି ଏବଂ ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତ ୩୮ତମ ସ୍ଥାନକୁ ଉନ୍ନିତ ହୋଇଛି ।












Click it and Unblock the Notifications