ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

PM Modi to visit US: ଆସନ୍ତା ୧୨ ଓ ୧୩ ତାରିଖରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ହେଉଛି ପ୍ରଥମ ଗସ୍ତ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଟ୍ରମ୍ପ ମୋଦିଙ୍କୁ ଆମେରିକା ଯିବା ପାଇଁ ନିମନ୍ତ୍ରଣ ଦେଇଥିଲେ ।

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ଓ ୧୩ ତାରିଖରେ ଫ୍ରାନ୍ସ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଏଠାରେ AI ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ, ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି ଏବଂ ଚୀନର ଉପପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଷ୍ଟ୍ରମୁଖ୍ୟ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ୧୦ ଫେବୃଆରୀ ସନ୍ଧ୍ୟାରେ ପ୍ୟାରିସରେ ପହଞ୍ଚିବେ, ଯେଉଁଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ଯୋଗଦେବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ମଧ୍ୟ ଗସ୍ତ କରିବା ନେଇ ସୂଚନା ରହିଛି ।

PM Modi

ସୂଚନା ଅନୁସାରେ, ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ହେଉଛି ପ୍ରଥମ ଗସ୍ତ । ନୂତନ ପ୍ରଶାସନ କ୍ଷମତାକୁ ଆସିବାର ତିନି ସପ୍ତାହ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଥିଲା ତେବେ ଏହା ହେଉଛି ଦୁଇ ଦେଶ ମଧ୍ୟର ଦୃଢ଼ ସମ୍ପର୍କର ଉଦାହରଣ ।

ଭାରତର ବୈଦେଶିକ ସଚିବ କହିଛନ୍ତି ଯେ ଆମେ ଏପରି AI ପ୍ରୟୋଗର ସପକ୍ଷରେ ଅଛୁ ଯାହା ନିରାପଦ ଏବଂ ନିର୍ଭରଯୋଗ୍ୟ। ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀ ୧୨ ତାରିଖରେ ଫ୍ରାନ୍ସର ମାର୍ସିଲିରେ ଭାରତର ନୂତନ କନସୁଲେଟ୍ ଜେନେରାଲକୁ ଉଦଘାଟନ କରିବେ। ତାଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ସେଠାରେ ଉପସ୍ଥିତ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+