ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ବଢିଲା ସୁରକ୍ଷା ବ୍ୟବସ୍ଥା , ନିୟୋଜିତ ହେବ ୧ ହଜାର ସୁରକ୍ଷା କର୍ମୀ
2023 G20 New Delhi summit: ଦେଶର ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜି-20
ବୈଠକ ଅନୁଷ୍ଟିତ ହେବା ପାଇଁ ଯାଉଛି । ଯେଉଁଥି ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ଏହି ସମ୍ମିଳନୀ ପାଇଁ ଗୃହମନ୍ତ୍ରାଣାଳୟ ତରଫରୁ
ଏକ ବୈଠକ ହୋଇସାରିଥିବା ନେଇ ସୂଚନା ରହିଛି ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟ ଭାବରେ ନୋଡାଲ ଏଜେନ୍ସି ସହ ସମସ୍ତ ଅର୍ଦ୍ଧସାମରିକ ବଳର ଯବାନମାନଙ୍କୁ ନିୟୋଜିତ କରାଯିବ । ଏଥିସହିତ ସୁରକ୍ଷା ବ୍ୟବସ୍ଥାରେ ସିଆରପିଏଫର ୫୦ଟି ଟିମକୁ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପାଖାପାଖି ୧ ହଜାର ଯବାନ ସାମିଲ ହେବୋ ନେଇ ସୂଚନା ରହିଛି ।

ସେହିପରି ଦିଲ୍ଲୀ ବିମାନବନ୍ଦର ଓ ଗାଜିଆବାଦ ହିଡେନ୍ ଏୟାରବସ୍ ଠାରୁ ଆରମ୍ଭ କରି ପ୍ରଗତୀ ମୈଦାନର ଜି-20 ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ
ନିୟୋଜି ରହିବେ CRPFର ସ୍ସେଶାଲ କମାଣ୍ତୋ ଟିମ୍ । ସେହିପରି ସରକାରଙ୍କ ତରଫରୁ ସମସ୍ତ ଅତିଥିଙ୍କ ପାଇଁ ୩୦୦ଟି ବୁଲେଟପ୍ରୁଫ୍ ଗାଡି଼ର ବ୍ୟବସ୍ଥା କରାଯିବ ।
ଅନ୍ୟପକ୍ଷରେ ଦିଲ୍ଲୀ ଏନସିଆରରର ୯ଟି ହୋଟେଲ୍ ଏବଂ ଦିଲ୍ଲୀରେ ୨୩ଟି ହୋଟେଲର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ହୋଟେଲର ନାଁ ଗୋପନ ରଖାଯାଇଛି ।
ସ୍କୁଲ, କଲେଜ୍ ଏବଂ ସରକାରୀ ଅଫିସ ରହିବ ବନ୍ଦ
ସୂଚନାଥାଉ ଯେ, ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁଯାୟୀ ସହରର ସମସ୍ତ ସ୍କୁଲ, କଲେଜ ଏବଂ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ର କାର୍ଯ୍ୟାଳୟ ମଧ୍ୟ ଏହି ତିନି ଦିନ ପାଇଁ ବନ୍ଦ ରହିବ । ଏହି ତିନି ଦିନିଆ ଛୁଟିଦିନରେ ସୁରକ୍ଷା କାରଣରୁ ସୁପ୍ରିମକୋର୍ଟ ଏବଂ କେନ୍ଦ୍ରୀୟ ସଚିବାଳୟ ସମେତ କେତେକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ହେବାର ସମ୍ଭାବନା ରହିଛି । ଛୁଟିଦିନରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଭାରୀ ଯାନଗୁଡିକ ମଧ୍ୟ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।
ଏହି ସ୍ଥାନ ରହିବ ବନ୍ଦ
ଖାନ ମାର୍କେଟ, ମଣ୍ଡି ହାଉସ୍, କେନ୍ଦ୍ରୀୟ ସଚିବାଳୟ, ସୁପ୍ରିମ କୋର୍ଟ ବନ୍ଦ ରହିବ । ସେହିପରି ବନ୍ଦେ ମାତାରାମ ମାର୍ଗ, ଦିନ୍ ଦୟାଲ ଉପାଧ୍ୟାୟ ମାର୍ଗ୍, ପଞ୍ଚୁକିଆନ୍ ମାର୍ଗ, ମଥୁରା ରୋଡ୍, ରିଙ୍ଗ୍ ରୋଡ୍, ଲୋଧି ରୋଡ୍, ଚାଣକ୍ୟାପୁରୀ ରୋଡ୍ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications