ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ମାମଲା: ଡ୍ରାଇଭର୍ ମୋବାଇଲ୍ରେ କ୍ରିକେଟ ଦେଖୁଥିଲା, କହିଲେ ରେଳମନ୍ତ୍ରୀ
2023 Andhra Train Accident: ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ମାମଲା । ୨୯ ଅକ୍ଟୋବର ୨୯ ତାରିଖରେ ଆନ୍ଧ୍ରପ୍ରେଦଶର ହାୱାଡ଼ା-ଚେନ୍ନାଇ ରୁଟର, ବିଶାଖାପଟନମ୍ ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର ଟ୍ରେନ୍ । ଏହି ରେଳ ଦୁର୍ଘଟଣାରେ ଲୋକ ପାଇଲଟ, ତାଙ୍କ ସହଯୋଗୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ବର୍ତ୍ତମାନ ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟ ମୋବାଇଲରେ କ୍ରିକେଟ୍ ଦେଖି ଟ୍ରେନ ଚଳାଇଥିଲେ । ଯେଉଁଥି ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଥିଲା ।












Click it and Unblock the Notifications