ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କ ହୃଦଘାତରେ ଗଲା ଜୀବନ
ନୂଆଦିଲ୍ଲୀ : ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କର ବୟସ ୩୨ ବର୍ଷ ଥିଲା। ତାଙ୍କୁ ଜମ୍ମୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ବିଲାଲ ଅହମ୍ମଦ କୁଚି ନାମକ ଏହି ଅଭିଯୁକ୍ତ କାକାପୋରାର ହାଜିବଲ ଗାଁର ବାସିନ୍ଦା ଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସେ ୧୯ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଥିଲେ। ସୂଚନାଯୋଗ୍ୟ, ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନାମକ ଜଣେ ଆତଙ୍କବାଦୀ ତାଙ୍କ କାରକୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ସୁରକ୍ଷା ବାହିନୀର କନଭେନରେ ପ୍ରବେଶ କରିଥିଲେ।

ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏଥିରେ ୮ଜଣ ଯବାନ ମଧ୍ୟ ଆହତ ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ ଅଭିଯୁକ୍ତ ବିଲାଲ ଅହମ୍ମଦ କିଶତୱଡା ଜିଲ୍ଲା ଜେଲରେ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୧୭ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯେଉଁଠାରେ ସୋମବାର ବିଳମ୍ବିତ ରାତିରେ ସେ ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ।












Click it and Unblock the Notifications