ଭାରତୀୟ ମୁଜାହିଦ୍ଦିନର 5 ଆତଙ୍କବାଦୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ତେଲେଙ୍ଗାନା ହାଇକୋର୍ଟ ୨୦୧୩ ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍)ର ୫ ଜଣ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଅଧିନତମ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି। ସୂଚନାଥାଉକି, ୨୦୧୩ ଫେବୃଆରୀ ୨୧ରେ ହାଇଦ୍ରାବାଦର ଜନଗହଳିପୂର୍ଣ୍ଣ ଦିଲସୁଖ ନଗର ଅଞ୍ଚଳରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ୧୩୧ ଜଣ ଆହତ ହୋଇଥିଲେ । ପ୍ରଥମ ବିସ୍ଫୋରଣଟି ଏକ ବସ୍ ଷ୍ଟପରେ ଏବଂ ଦ୍ୱିତୀୟଟି ଦିଲସୁଖନଗରର ଏକ ଢାବା (A1 ମିର୍ଚି ସେଣ୍ଟର) ନିକଟରେ ହୋଇଥିଲା।

ଏହି ମାମଲାର ଶୁଣାଣି କରିବା ସମୟରେ, ଜଷ୍ଟିସ୍ କେ.ଲକ୍ଷ୍ମଣ ଏବଂ ଜଷ୍ଟିସ୍ ପି. ଶ୍ରୀ ସୁଧାଙ୍କ ଖଣ୍ଡପୀଠ ଏନଆଇଏ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଥିଲେ । ସେ ଇଣ୍ଡିଆନ ମୁଜାହିଦ୍ଦିନର ସଦସ୍ୟ ମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ସଂଶୋଧନ ଆବେଦନକୁ ଖାରଜ କରିଦେଇଥିଲେ। ଖଣ୍ଡପୀଠ କହିଛନ୍ତି ଯେ, "ନିମ୍ନ ଅଦାଲତ ଦ୍ୱାରା ଘୋଷଣା କରାଯାଇଥିବା ଦଣ୍ଡକୁ ବଜାୟ ରଖାଯାଇଛି।

2013 Dilsukhnagar blasts case

ଉଲ୍ଲେଖନୀୟ କି, ଡିସେମ୍ବର ୧୩, ୨୦୧୬ ରେ ଏନଆଇଏ କୋର୍ଟ ଇଣ୍ଡିଆନ ମୁଜାହିଦ୍ଦିନର ସହ-ପ୍ରତିଷ୍ଠାତା ମହମ୍ମଦ ଅହମ୍ମଦ ସିଦ୍ଧିବାପା ଓରଫ୍ ୟାସିନ ଭଟକଲ, ପାକିସ୍ତାନୀ ନାଗରିକ ଜିଆ-ଉର-ରେହମାନ ଓରଫ ୱାକାସ, ଅସଦୁଲ୍ଲା ଅଖତର ଓରଫ ହଡି, ତହସିନ ଅଖତର ଓରଫ ମୋନୁ ଏବଂ ଏଜାଜ ଶେଖଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଦୋଷୀଙ୍କ ମଧ୍ୟରୁ ଜଣଙ୍କର ଓକିଲ କହିଛନ୍ତି ଯେ, ସେମାନେ ସୁପ୍ରିମକୋର୍ଟରେ ରାୟ ବିରୁଦ୍ଧରେ ଆବେଦନ କରିବେ। ଜଣେ ସରକାରୀ ଓକିଲ ହାଇକୋର୍ଟକୁ କହିଥିଲେ ଯେ ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏ ନେଇଛି କାରଣ ଏଥିରେ ଆତଙ୍କବାଦୀ କାର୍ଯ୍ୟକଳାପ ଜଡିତ ଥିଲା, ଯଦିଓ ପ୍ରାରମ୍ଭିକ ତଦନ୍ତ ହାଇଦ୍ରାବାଦ ପୋଲିସର ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦ୍ୱାରା କରାଯାଇଥିଲା। ସେ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ରିୟାଜ ଭଟକଲ ପାକିସ୍ତାନରେ ଲୁଚି ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+