୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ; ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ମୁମ୍ବାଇରେ ୨୦୦୬ରେ ହୋଇଥିବା ଟ୍ରେନ ବୋମା ବିସ୍ଫୋରଣ ମାମଲାରେ ଶୁଣାଣି କରି ବମ୍ବେ ହାଇକୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା । ତେବେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି ।

ଏହା ସହିତ ୧ ମାସ ଭିତରେ ଜବାବ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ବମ୍ବେ ହାଇକୋର୍ଟଙ୍କ ଆଦେଶ ପରେ ସୋମବାର ଦିନ ୧୨ ଜଣଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ନାଗପୁର ସେଣ୍ଟ୍ରାଲ ଜେଲରୁ ବାହାରିଛନ୍ତି ।

ସୋମବାର ଦିନ ହାଇକୋର୍ଟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ୧୨ ଜଣ ଅଭିଯୁକ୍ତକୁ ଠେସ୍ ପ୍ରମାଣ ନ ଥିବାରୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଥିଲା । ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଆପତ୍ତି ଉଠାଯାଇଥିଲା ।

2006 Mumbai train blasts

ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ସରକାରଙ୍କ ତରଫରୁ ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ ତତ୍କାଳ ଶୁଣାଣି ପାଇଁ ଅପିଲ କରିଥିଲେ । ଏହି ମାମଲାରେ ଆଜି ଶୁଣାଣି କରାଯାଇଥିଲା ।

ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ , ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଯାଇଛି । ଏହାଛଡା ସମସ୍ତ ୧୨ ଅଭିଯୁକ୍ତଙ୍କୁ ନୋଟିସ ଜାରି କରି ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଛି ।

ମହାରାଷ୍ଟ୍ର ସରକାରଙ୍କ ଅପିଲରେ ଏମଏମ ସୁନ୍ଦରେଶ ଏବଂ ନ୍ୟାୟମୂର୍ତ୍ତି ଏନ କେ ସିଂ ବେଞ୍ଚ କହିଛନ୍ତି । ସୁପ୍ରିମକୋର୍ଟ ଫାଇଲ ପଢିଛନ୍ତି, ଏଥିରେ କିଛି ଅଭିଯୁକ୍ତ ପାକିସ୍ତାନ ନାଗରିକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ୨୦୦୬ରେ ଜୁଲାଇ ୧୧ ତାରିଖରେ ମୁମ୍ବାଇ ଲୋକାଲ ଟ୍ରେନରେ ୧୧ ମିନିଟ ଭିତରେ ୭ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ମୁମ୍ବାଇ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ସହିତ ୮୨୭ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେସନ୍ସ କୋର୍ଟର ନିଷ୍ପତ୍ତି ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+