ରେଳ ଷ୍ଟେସନ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୨୦୦ ଗାଡ଼ି
ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିଗଲା ୨୦୦ ରୁ ଉର୍ଦ୍ଧ୍ୱ ଦାମୀ ବାଇକ୍ । ବାରଣାସୀର ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ। ଲୋକେ ଆତଙ୍କିତ ହୋଇପଡିଛନ୍ତି। ଅଗ୍ନିଶମ ବାହିନୀ ଏବଂ ପୁଲିସ ବିଭାଗର ଅଧିକାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନରେ ଉତ୍ତରପ୍ରଦେଶର ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ଗାଡି ପାର୍କିଂ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବାରୁ ଅତି କମରେ ୨୦୦ ଦୁଇ ଚକିଆ ଯାନରେ ନିଆଁ ଲାଗିଯାଇଥିଲା। ଗୋଟିଏ ଭିଡିଓରେ ପୁଲିସ୍ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ପାଣି ଛିଞ୍ଚୁଥିବାର ଦେଖିବାକୁ ମିଳୁଛି। ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ ଧୂଆଁ ଏବଂ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି।

ସରକାରୀ ରେଳ ପୁଲିସ (ଜିଆର୍ପି), ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସ୍ଥାନୀୟ ପୁଲିସ ଟିମ୍ ସହିତ ନିଆଁ ଲିଭାଇବା ପାଇଁ ପ୍ରାୟ ୧୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଖବର ରହିଛି। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି।












Click it and Unblock the Notifications