୨୦ ବର୍ଷାର ଯୁବକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାରିଲା ଗୁଳି, କାରଣ ଅସ୍ପଷ୍ଟ
ଟ୍ରମ୍ପଙ୍କୁ ଗୁଳିମାଡ ଘଟଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପରିଚୟ ଖୋଜି ପାଇଛି ପୋଲିସ୍ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ ।

ଅଭିଯୁକ୍ତର ନାମ ମାଥ୍ୟୁ ବୋଲି ଜଣାପଡ଼ିଛି । ହେଲେ ସେ କାହିଁକି ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ତାହା ଜଣାପଡ଼ିନାହିଁ । ଅଭିଯୁକ୍ତର କେଉଁ କେଉଁ ମାନଙ୍କ ସହିତ ସମ୍ପର୍କ ରହିଛି ତାହା ତଦନ୍ତକାରୀ ଏଜେନ୍ସି ଯାଞ୍ଚ କରୁଛି ।
ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାଥ୍ୟୁ ଏକ ନିର୍ମାଣାଧୀନ କୋଠାର ଛାତରେ ରହିଥିଲା । ସେଠାରୁ ସେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଗୁଳିଟି ତାଙ୍କ କାନରେ ବାଜି ଚାଲିଯାଇଥିଲା ।
ସୂଚନା ଥାଉକି, ପେନ୍ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ ଏବେ ବିପଦ ମୁକ୍ତ ରହିଛନ୍ତି । ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ନଭେମ଼୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ଆମେରିକା ନାଗରିକଙ୍କ ଚିନ୍ତା ବଢ଼ାଇଛି। ଏନେଇ ସିକ୍ରେଟ ସର୍ଭିସ ଏକ୍ସରେ ଏକ ପୋଷ୍ଟ କରି କହିଛି ଯେ, ପୂର୍ବତନ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି ।












Click it and Unblock the Notifications