Get Updates
Get notified of breaking news, exclusive insights, and must-see stories!

ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ବଡ ଅଘଟଣ, ଦଳାଚକଟାରେ 33 ଜଣଙ୍କ ମୃତ୍ୟୁ

ତାମିଲନାଡ଼ୁରୁ ଆସିଲା ବଡ ଖବର | ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଘଟିଛି ବଡ଼ ଦୁର୍ଘଟଣା । ନିର୍ବାଚନ ରାଲିରେ ଦଳାଚକଟା ଯୋଗୁଁ 33 ଜଣଙ୍କର ମୃତ୍ୟୁ | ଶତାଧିକ ଲୋକ ଆହତ ସୂଚନା | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତାମିଲନାଡୁର କରୁରରେ ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭିଡ଼ ଏତେ ଅଧିକ ଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପିଲା ଏବଂ ଦଳୀୟ କର୍ମୀଙ୍କ ସମେତ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ରାଲିରେ ପ୍ରବଳ ଜନସମାଗମ ହୋଇଥିଲା। ଧାର୍ଯ୍ୟ ସମୟ ଠାରୁ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ବିଜୟ।

TVK Chief Vijay s Rally

ପ୍ରବଳ ଭିଡ଼ ଥିବା ବେଳେ ତାଙ୍କୁ ଦେଖିବାକୁ ଫ୍ୟାନସ ଆଗକୁ ଆଗକୁ ମାଡ଼ି ଚାଲିଥିଲେ। ଏହା ଫଳରେ ଦଳାଚକଟା ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଂଶକା ରହିଛି । 20 ଜଣଙ୍କ ମୃତ୍ୟୁ ପରେ ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ କରୁର ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ଅବସ୍ଥା ପଚାରିବୁଝିଛନ୍ତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଗୁରୁତର ଓ ଆହତଙ୍କୁ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+