ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଯୁବକ ମୃତ
ଦିଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତ ଗତିରେ ଆସୁଥିବା କାର୍ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଉତ୍ତର ଦିଲ୍ଲୀର ବାୱାନା ରୋଡରେ ଏହି ଦୁର୍ଘଟଣା ଘଟିଛି । ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ମୋଟରସାଇକେଲ ଚଲାଉଥିବା ଦୁଇ ଜଣ ଯୁବକଙ୍କୁ ଏକ କାର ଧକ୍କା ଦେଇଥିଲା। ଏହାଦ୍ୱାରା ଉଭୟଙ୍କର ମୃତ୍ୟୁ ଘଟିଥିଲା।
ପୋଲିସ କହିବା ଅନୁସାରେ, ମୃତକମାନେ ଯଶୋଦନ (୧୮) ଓ ଅଂଶ (୧୮) ବୋଲି ଜଣାପଡ଼ିଛି । ଦୁହେଁ ଶାହାବାଦ ଡାଏରୀର ବାସିନ୍ଦା ଥିଲେ । ଶୁକ୍ରବାର ରାତି ପ୍ରାୟ ୧୧.୪୦ ସମୟରେ ବାୱାନାରୁ ଆସୁଥିବା ଏକ କାର ତାଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ କହିବା ଅନୁସାରେ, କାର୍ ଡ୍ରାଇଭର ହେଉଛନ୍ତି ଶାହାବାଦ ଡାଏରୀର ବାସିନ୍ଦା ଆକାଶ (୨୨)। ସେ ଏକ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମରେ କାମ କରନ୍ତି ।

କାରରେ ଥିବା ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ପୋଲିସ କହିଛି । ତାଙ୍କୁ ଚିକିତ୍ସା ପାଇଁ ଆରଏମଏଲ ଡାକ୍ତରଖାନାକୁ ପଠାଯାଇଛି। ପୁଲିସ କହିଛି ଯେ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା BNSର ଧାରା ୨୮୧(୧) (ଦ୍ରୁତ ଗତିରେ ଗାଡ଼ି ଚଳାଇବା) ଏବଂ ୧୦୬(୧) (ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।












Click it and Unblock the Notifications