୨ ଭାଇଙ୍କୁ ବାନ୍ଧି ପିଟିଲେ ୩ ଯୁବକ, ଭାଇରାଲ ହେଲା ଭିଡିଓ
Madhya Pradesh News: ମଧ୍ୟପ୍ରଦେଶର ସିଦ୍ଧରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା ଘଟଣାର ଏପର୍ଯ୍ୟନ୍ତ ସମାଧାନ ହୋଇପାରି ନାହିଁ ଏହାରି ମଧ୍ୟରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏବେ ଇନ୍ଦୋରରେ ଆଦିବାସୀ ସମ୍ପ୍ରଦାୟର ୨ ଜଣ ଭାଇଙ୍କୁ ଦିଆଯାଇଛି ଅସହ୍ୟ ନିର୍ଯ୍ୟାତନା । ୩ ଜଣ ଯୁବକ ଦୁଇ ଭାଇଙ୍କୁ ବାନ୍ଧି ପ୍ରାୟ ୮ ଘଣ୍ଟା କାଳ ମାଡ଼ ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ପୋଲିସ ବର୍ତ୍ତମାନ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଏପରି ଘଟଣା ରାଓ ଥାନା ଅଞ୍ଚଳରେ ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଇନ୍ଦୋରରେ ରହି ଦିନ ମଜୁରିଆ କାମ କରୁଥିବା ଦୁଇ ଭାଇ ବାଇକରେ ଘରକୁ ଫେରିବା ସମୟରେ ରାସ୍ତାରା ୩ ଅଭିଯୁକ୍ତ ତଥା, ସୁମିତ ଚୌଧୁରୀ, ଜୟପାଲ ସିଂ ବଘେଲ ଏବଂ ପ୍ରେସସିଂ ପରମାରଙ୍କ ସହ କୌଣସି କାରଣରୁ ସେମାନଙ୍କର ଝଗଡ଼ା ହୋଇଥିଲା ।
ଯାହା ପରେ ୨ ଭାଇଙ୍କୁ ଯୋରଜବରଦସ୍ତି ଏକ ଗାର୍ଡ ରୁମକୁ ଉଠାଇ ନେଇ ସେମାନଙ୍କୁ ବାନ୍ଧି ରଖିଥିଲେ । ପ୍ରାୟ ୮ ଘଣ୍ଟା କାଳ ୩ ଜଣ ଯୁବକ ସେମାନଙ୍କୁ ପିଟିଥିଲେ । ଯାହା ଭିଡିଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ବିଷୟରେ ଖବର ପାଇ ପୋଲିସ ୨ ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରାଖାନାରେ ଭର୍ତ୍ତି କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଚେତାବନୀ ସତ୍ତ୍ୱେ କିଛି ଦିନ ହେଲା ମଧ୍ୟପ୍ରଦେଶରେ ଏପରି ଅନେକ ଘଟଣା ଘଟି ଚାଲିଛି ।












Click it and Unblock the Notifications