ସୁରକ୍ଷା ବାହିନୀ ଗୁଳିରେ ଟଳିଲେ ୨ ଆତଙ୍କବାଦୀ
2 Terrorists Killed In Encounter: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ମିଳିଲା ସଫଳତା । ବୁଧବାର ଦିନ ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଡୋଡା ଜିଲ୍ଲାର ଗଣ୍ତୋହର ସିନୁ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୩ ରୁ ୪ ଆତଙ୍କବାଦୀ ପଳାଇଯିବାରେ ସଫଳ ହୋଇଥିଲେ ।
ତେବେ ଜୁନ୍ ୧୧ ଏବଂ ୧୨ ତାରିଖରେ ଜାମ୍ମୁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ବୁଧବାର ମଧ୍ୟ ସେନା ଏବଂ ଆତଙ୍କବାଦୀ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନ ମଧ୍ୟ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।












Click it and Unblock the Notifications