ମଣିପୁରରେ ୨ ଛାତ୍ରଛାତ୍ରୀଙ୍କୁ ହତ୍ୟା ମାମଲା: ୪ ଗିରଫ
ମଣିପୁର: ମଣିପୁରରେ ଛାତ୍ରଛାତ୍ରୀଙ୍କ ହତ୍ୟା ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୋଷୀଙ୍କ ଉପରେ କଡ଼଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଲେ ଏନ୍ ବିରେନ୍ ସିଂ । ପ୍ରଥମେ ୨ ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଣି ଅଶାନ୍ତ ହୋଇ ଉଠିଥିଲା ମଣିପୁର । ବିରୋଧି ମଣିପୁର ସରକରାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ ।

ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନେ ଏହି ଘଟଣାକୁ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ମଣିପୁରରେ ବିଭିନ୍ନ ପାରାମିଲିଟାରୀ ଫୋର୍ସର 200 ରୁ ଅଧିକ କମ୍ପାନୀ ନିୟୋଜିତ ଅଛନ୍ତି ।
ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ସାମରିକ ବାହିନୀ ରାଜ୍ୟ ପୋଲିସ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବ। ମଣିପୁରରେ ଦୁଇ ଜଣ ଯୁବକଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ଏହି ସପ୍ତାହରେ ଇମ୍ଫାଲରେ ହିଂସାତ୍ମକ ବିରୋଧ ଜାରି ରହିଛି। CRPF, BSF, ITBP, SSB ଏବଂ CISF, ଆସାମ ରାଇଫଲ୍ସ, ସେନା ସହିତ ରାଜ୍ୟ ପୋଲିସ୍ ସହିତ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଏବଂ ସ୍ୱାଭାବିକତା ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ।
ସୂଚନାଥାଉ ଯେ, । ବୁଧବାର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧିତ ଜନତା ବିଜେପିର ବିଭାଗୀୟ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବ ପାଇଁ ପଡିଥିଲା । ଛାତ୍ରଙ୍କ ହତ୍ୟାକୁ ନେଇ ଥୋବାଲ ଜିଲ୍ଲାରେ ବିରୋଝ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେପି ଅଫିସର ଗେଟକୁ ନଷ୍ଟ କରି ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇଦେଇଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ କରିବା ପାଇଁ ଚେଷ୍ଠା କରିଥିଲେ । ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ପ୍ରକାଶ ପାଇ ନାହିଁ । ପୋଲିସର ସୂଚନାନୁସାରେ, ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ସେହି ଏରିଆରେ ଗୁଳି ବିନିମୟ ମଧ୍ୟ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications