ଚାହୁଁ ଚାହୁଁ ଧୂଳିସାତ ହୋଇଗଲା ଦୁଇ ମହଲା ବିଶିଷ୍ଟ କୋଠା
ଚାହୁଁ ଚାହୁଁ କିଛି କ୍ଷଣ ମଧ୍ୟରେ ମିଶି ଗଲା ଦୁଇ ମହଲା ବିଶିଷ୍ଟ କୋଠା । ଗତକାଲି ଅପରାହ୍ନରେ ବିହାରର ଜେହାନାବାଦର ମଖଦମ୍ପୁର ମେନ୍ ମାର୍କେଟରେ NH 83 ରେ ଥିବା ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି ଏପରି ଘଟଣା ।
ପାଟନା: ବିହାରର ଜେହାନାବାଦର ମଖଦମ୍ପୁର ମେନ୍ ମାର୍କେଟରେ ଏବେ ଜାରି ରହିଛି କରୋନା ଜନିତ ଲକଡାଉନ । ଖାଁ ଖାଁ ଅଛି ମାର୍କେଟ । ଏହି ସମୟରେ ଘଟିଛି ଏକ ଅଘଟଣ । ଯାହା ଏକ ଛାତି ଥରା ଦୃଶ୍ୟ । ଚାହୁଁ ଚାହୁଁ କିଛି କ୍ଷଣ ମଧ୍ୟରେ ମିଶି ଗଲା ଦୁଇ ମହଲା ବିଶିଷ୍ଟ କୋଠା ।

ଗତକାଲି ଅପରାହ୍ନରେ ବିହାରର ଜେହାନାବାଦର ମଖଦମ୍ପୁର ମେନ୍ ମାର୍କେଟରେ NH 83 ରେ ଥିବା ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି ଏପରି ଘଟଣା । ତେବେ ଭାଗ୍ୟ ବଶତଃ ଲକଡାଉନ ଥିବାରୁ ମାର୍କେଟରେ କେହି ନଥିଲେ । ଫଳରେ କୌଣସି କ୍ଷୟକ୍ଷତି ଘଟି ନାହିଁ ।
ଅନ୍ୟପଟେ ମାତ୍ର 7 ସେକେଣ୍ଡ ପୂର୍ବରୁ ସେହି ରାସ୍ତ ଦେଇ ଅତିକ୍ରମ କରିଥିଲା ଏକ ଟ୍ରକ । ତେବେ ଭୁଷୁଡି ପଡଥିବା ଦୁଇ ମହଲା ବିଶିଷ୍ଟ କୋଠା ଘରେ କେହି ରହୁ ନଥିଲେ। ଘର ମାଲିକଙ୍କ ଘର ତଳେ ଏକ ପ୍ରସ୍ତୁତ ପୋଷାକ ଦୋକାନ ଥିଲା । କିନ୍ତୁ, ଘଟଣା ସମୟରେ ଘର ମାଲିକ ଏବଂ ଦୋକାନୀ ନିକଟସ୍ଥ ଏକ ଦୋକାନରେ ବସିଥିଲେ। ହଠାତ୍ ଘର ଭୁଶୁଡ଼ିବା କାରଣରୁ NH 83 ରେ ଟ୍ରାଫିକ୍ ପ୍ରାୟ 3 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା ।
ଘର ମାତ୍ର ପାଞ୍ଚ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା
ସହରର ମୁଖ୍ୟ ଡ୍ରେନ୍ ପାର୍ଶ୍ୱରେ ନିର୍ମିତ ଏହି ଘରଟି ପାଞ୍ଚ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜମି ମାଲିକ ବିବାଦୀୟ ଜମିରେ ଶୀଘ୍ର ଘର ନିର୍ମାଣ କରିଥିଲେ। ଶେଷରେ, ପାଞ୍ଚ ବର୍ଷ ପୂର୍ବେ, ମାନକକୁ ଅଣଦେଖା କରି ଶୀଘ୍ର ନିର୍ମିତ ଘର ଧ୍ୱଂସର କାରଣ ସାଜିଛି ।
ଘର ଭୁଶୁଡ଼ିବାର ସୂଚନା ପାଇବା ପରେ ଜୋନାଲ ଅଫିସର ରାଜୀବ ରଞ୍ଜନ, ସିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ ପୁରୀ, ମଖଦମ୍ପୁର ପୋଲିସ ଷ୍ଟେସନ ରଣଜୟ କୁମାର ସମଗ୍ର ଟିମ୍ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାର ତଦନ୍ତ ଚାଲିଥିବା ଅଧିକାରୀ କହିଛନ୍ତି। ଘର ଭୁଶୁଡ଼ିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।












Click it and Unblock the Notifications