ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ

ଜମ୍ମୁ ଓ କାଶ୍ମୀରର କୁଲଗାମର ଅଖଲ ଅଞ୍ଚଳରେ ଏନ୍‌କାଉଣ୍ଟର । ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରର ଆଜି ନବମ ଦିନ । ସାରା ରାତି ଏହି ଅଞ୍ଚଳ ଜୋରଦାର ବିସ୍ଫୋରଣ ଓ ଗୁଳିଚାଳନାରେ ପ୍ରତିଧ୍ୱନିତ ହୋଇଥିଲା । ଶୁକ୍ରବାର ରାତିରେ ଗୁଳିଚାଳନାରେ ଦୁଇ ଯବାନ ଶହୀଦ ହୋଇଛନ୍ତି । ଅନ୍ୟ ଦୁଇ ଜଣ ସୈନିକ ଆହତ ହୋଇଛନ୍ତି।

soldiers

ଏପର୍ଯ୍ୟନ୍ତ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେତେବେଳେ ମୋଟ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତି । ଏକାଧିକ ସୈନିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଘନ ଜଙ୍ଗଲ ଓ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା'ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି । ଏହି ଏନକାଉଣ୍ଟର ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ଦୀର୍ଘକାଳୀନ ଆତଙ୍କ ବିରୋଧୀ ଅପରେସନ ହୋଇସାରିଛି ।

ଜମ୍ମୁ ଓ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଅଗଷ୍ଟ ୧ ତାରିଖରେ 'ଅପରେସନ୍ ଅଖଲ' ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏଠାରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିପାରନ୍ତି ବୋଲି ବିଶ୍ୱାସ କରାଯାଉଛି।

ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ଦକ୍ଷିଣ କାଶ୍ମୀରର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତିର ଇନପୁଟ୍ ଆଧାରରେ ସେନା, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+