ବାୟୁସେନାର ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ସୁରକ୍ଷିତ
ବାୟୁସେନାର ୨ ଫାଇଟର୍ ପ୍ଲେନ୍ କ୍ରାସ୍, ୨ ପାଇଲଟ ସୁରକ୍ଷିତ । ରାଜସ୍ଥାନ ଭରତପୁରରେ ଏକ ଚାର୍ଟାର୍ ବିମାନ ମଧ୍ୟ କ୍ରାସ୍ ହୋଇଛି । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ନୂଆଦିଲ୍ଲୀ: ଶନିବାର ସକାଳେ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲା ନିକଟରେ ବାୟୁସେନାର ଏକ ସୁଖୋଇ-୩୦ ଏବଂ ମିରେଜ୍- ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ 'ଦିଲ୍ଲୀ ଡିଫେନସ୍ ରିଭ୍ୟୁ' ଟୁଇଟ୍ କରି ସୂଚନା ଦେଇଛି । ସୂତ୍ର ଅନୁସାରେ ବର୍ତ୍ତମାନ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହିତ ରାଜସ୍ଥାନ ଭରତପୁରରେ ଏକ ଚାର୍ଟାର୍ ବିମାନ ମଧ୍ୟ କ୍ରାସ୍ ହୋଇଛି । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜିଲ୍ଲା କଲେକ୍ଟର ଆଲୋକ ରଂଜନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
#WATCH | Wreckage seen. A Sukhoi-30 and Mirage 2000 aircraft crashed near Morena, Madhya Pradesh. Search and rescue operations launched. The two aircraft had taken off from the Gwalior air base where an exercise was going on. pic.twitter.com/xqCJ2autOe
— ANI (@ANI) January 28, 2023
ସୂଚନା ଅନୁସାରେ, ଆଜି ଭୋରୁ ତାଲିମ୍ ଅଭ୍ୟାସ ପାଇଁ ଦୁଇଟି ଲଢୁଆ ବିମାନ ଗୋଆଲିୟର୍ ସ୍ଥିତ ମହାରାଜାପୁର ବିମାନଘାଟିରୁ ଉଡାଣ ଆରମ୍ଭ କରିଥିଲା । ତେବେ ବିମାନ ଦୁର୍ଘଟଣା ଆକାଶରେ ହୋଇଛି କି ନାହିଁ ଜାଣିବା ପାଇଁ ଭାରତୀୟ ବାୟୁସେନା 'କୋର୍ଟ ଅଫ୍ ଇନକ୍ୱାରି'ର ଆଦେଶ ଦେଇଛି ।
୨ ପାଇଲଟ୍ ସୁରକ୍ଷିତ, ତୃତୀୟର ଉଦ୍ଧାର କାର୍ଯ୍ୟ ଜାରି
ସୂତ୍ର ଅନୁଯାୟୀ, ଦୁର୍ଘଟଣା ସମୟରେ ସୁଖୋଇ -୩୦ ବିମାନରେ ୨ ଜଣ ପାଇଲଟ୍ ଥିବା ବେଳେ ମିରେଜ୍- ୨୦୦୦ରେ ଜଣେ ପାଇଲେଟ୍ ଥିଲେ । ବାୟୁସେନାରେ ଦୁଇ ଯୁଦ୍ଧ ବିମାନ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି କି ନାହିଁ ଜାଣିବା ପାଇଁ ଭାରତୀୟ ବାୟୁସେନା କୋର୍ଟ ଅଫ୍ ଇନକ୍ୱାରୀ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି ।












Click it and Unblock the Notifications