ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ନକ୍ସଲ
ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ କାମ କରୁଥିବା ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ଏରିଆ କମିଟିର ଦୁଇ ଜଣ ସଦସ୍ୟ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟିର ଏସିଏମ ପଦବିରେ ରହି କାମ କରୁଥିବା ମାଡବି ଉଙ୍ଗା ଅରଫ ନାଗେଶ ଏବଂ ସଦସ୍ୟା ମାଡକମ ସୁକି ଅରଫ ରୋଶନି।

ସେହିପରି ମାଡକମ ସୁକି ମଧ୍ୟ ୨୦୨୮ରେ ବାଲ ସଙ୍ଗମରେ ସାମିଲ ହୋଇ କାମ ଆରମ୍ଭ କରି ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କଲେ। ୨୦୨୧ରେ ପାର୍ଟି ସଦସ୍ୟ ଭାବେ କାର୍ଯ୍ୟ ଆରମ୍ଭ କଲେ। ଆନ୍ଧ୍ର ଓଡିଶା ବଡର ଜୋନାଲ କମିଟିର ସଦସ୍ୟ ହୋଇ କାମ କରୁଥିଲେ। ମାଓ ସଂଗଠନ ଆଦିବାସୀଙ୍କ ବିଶ୍ବାସ ଜିତିପାରି ନାହିଁ। ଲୋକଙ୍କୁ ମାରିବା, ହତ୍ୟା କରିବା ଭଳି କାର୍ଯ୍ୟ କରି ଆଜି ତଳକୁ ଖସିଛି।












Click it and Unblock the Notifications