ପୁଣି ମଣିପୁରରେ ହିଂସା, ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି । କାମ ସାରି ଘରକୁ ଫେରୁଥିବା ବେଳେ ଉଗ୍ରବାଦୀମାନେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ କାକଚିଙ୍ଗ ଜିଲ୍ଲାରେ ଘଟିଥିବା ଜଣାପଡ଼ିଛି । ଏନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଉଭୟ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଥିବା ଆକ୍ରମଣକାରୀମାନେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି।

ପୁଲିସର ସୂଚନାନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ଏହି ଘଟଣା ଘଟିଛି। କାକଚିଙ୍ଗ ଜିଲ୍ଲାର କେଇରାକରେ ନିର୍ମାଣ କାର୍ଯ୍ୟ କରିବା ପରେ ଏଠାରୁ ଉଭୟ ଶ୍ରମିକ ଫେରୁଥିଲେ। କାକଚିଙ୍ଗ ପୁଲିସ କହିଛି ଯେ ଏହି ଘଟଣା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଛି। ମୃତକମାନେ ହେଲେ ସୁନାଲାଲ କୁମାର (୧୮) ଏବଂ ଦାଶରଥ କୁମାର (୧୭) ବୋଲି ଜଣାପଡିଛି। ଉଭୟ ବିହାରର ଯାଦବପୁର ଥାନା ଅନ୍ତର୍ଗତ ଗୋପାଳଗଞ୍ଜ ଜିଲ୍ଲାର ରାଜୱାହି ଗାଁର ବାସିନ୍ଦା ବୋଲି କୁହାଯାଉଛି।

manipur

ସୂଚନା ଅନୁଯାୟୀ, ମଣିପୁରରେ ଗତ ବର୍ଷ ମାର୍ଚ୍ଚ ମାସରୁ ହିଂସା ଲାଗି ରହିଛି । କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ଲାଗି ରହିଛି । କୁକି ସମୁଦାୟ ପକ୍ଷରୁ ଆଦିବାସୀ ଏକତାକୁ ନେଇ ଏକ ପଦଯାତ୍ରା ଆରମ୍ଭ ହୋଇଥିଲା । ମାର୍ଚ୍ଚ ଚୁରଚାନ୍ଦପୁରର ତୋରବଙ୍ଗା ଅଞ୍ଚଳରେ ଜାରି ରହିଥିଲା । ଏହା ମୈତେଇ ସମ୍ପ୍ରଦାୟଙ୍କୁ ଅନୁସୂଚୀତ ଜନଜାତି ଦେବା ବିରୋଧରେ ଥିଲା । ଏହାକୁ ନେଇ ଦୁଇ ସମୁଦାୟ ମଧ୍ୟରେ ହିଂସାତ୍ମକ ଘଟଣାମାନ ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+