ବିଏସଏଫକୁ ବଡ଼ ସଫଳତା, ସୀମାରେ ସୁନା ଚାଲାଣ ପ୍ରୟାସ ବିଫଳ କଲେ ଯବାନ, ଦୁଇ ଗିରଫ

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ହାକିମପୁର ସୀମା ଚୌକି ନିକଟରେ ଭାରତ-ବାଂଲାଦେଶ ସୀମାରେ ସୁନା ଚାଲାଣର ଏକ ବଡ଼ ପ୍ରୟାସକୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ବିଫଳ କରିଛି। ବିଏସଏଫ ଜବାନମାନେ ୧୦ଟି ସୁନା ବିସ୍କୁଟ, ଯାହାର ଓଜନ ୧.୧୬୭ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ପ୍ରାୟ ୧.୧୧ କୋଟି ଟଙ୍କା, ଜବତ କରିଛନ୍ତି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। BSF ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର(୧୬ ମଇ) ଦିନ ସୁନା ଚାଲାଣ ସମ୍ପର୍କିତ ଗୁଇନ୍ଦା ସୂଚନା ଆଧାରରେ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଥିଲା। ହାକିମପୁର ଚୌକିରେ ସମସ୍ତ ଜବାନମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସକାଳ ପ୍ରାୟ ୧୦ଟା ୩୦ ସମୟରେ, ହାକିମପୁର ଉତ୍ତରପାରା ଗାଁ ନିକଟରେ ଦୁଇ ବ୍ୟକ୍ତି ସନ୍ଦେହଜନକ ଢଙ୍ଗରେ ଗତିବିଧି କରୁଥିବା ଦେଖାଯାଇଥିଲା। ବିଏସଏଫ ଜବାନମାନେ ସେମାନଙ୍କୁ ଅଟକାଇ ତଲାସୀ କରିବାରୁ ସେମାନଙ୍କ ନିକଟରୁ ୧୦ଟି ସୁନା ବିସ୍କୁଟ ମିଳିଥିଲା।ପଚରାଉଚରା ସମୟରେ ଅଭିଯୁକ୍ତମାନେ ସ୍ଥାନୀୟ ବାସିନ୍ଦା ବୋଲି ଦାବି କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ଏହି ସୁନା ଏକ ଅନ୍ୟ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ଯାଉଥିଲେ। ସେମାନେ ଏହି କାମ ପାଇଁ ୨,୮୦୦ ଟଙ୍କା ପାରିଶ୍ରମିକ ପାଇବାକୁ ଥିବା ନେଇ ମଧ୍ୟ ସ୍ୱୀକାର କରିଛନ୍ତି।

bsf

ଜବତ ହୋଇଥିବା ସୁନା ଏବଂ ଅଭିଯୁକ୍ତମାନଙ୍କୁ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହିତ, ବିଏସଏଫ ସୀମାରେ ଚାଲାଣ ଏବଂ ଅନୁପ୍ରବେଶକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରୁଥିବା ଜଣାଇଛି। ଏହି ଘଟଣା ଭାରତ-ବାଂଲାଦେଶ ସୀମାରେ ଚାଲାଣ ବିରୋଧରେ ବିଏସଏଫର ସତର୍କତା ଏବଂ କାର୍ଯ୍ୟକୁଷଠତାକୁ ପୁଣି ଥରେ ପ୍ରମାଣିତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+