ପୋଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ଯବାନ ସହିଦ
ଛତିଶଗଡ଼ରେ ପୋଲିସ - ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ବିଜାପୁର ଜିଲ୍ଲା ଗଙ୍ଗଲୁରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ DRG ଯବାନ ସହିଦ ହୋଇଥିବା ନେଇ ବିଜାପୁର SPଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସେହିପରି ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ସେହିପରି ନାରାୟଣପୁର ଜିଲ୍ଲାର ଅବୁଝାମାଡ଼ ଜଙ୍ଗଲରେ ମାଓବାଦୀ ID ବିସ୍ଫୋରଣ କରିଛନ୍ତି । ଯେଉଁଥିରେ ଦୁଇ ଜବାନ ଗୁରୁତର ଆହତ ହୋଇଛନ୍ତି । ଏସ୍ଟିଏଫ୍ ଏବଂ ଡିଆର୍ଜି ଯବାନ ମାଓବାଦୀ ଦମନ ପାଇଁ କମ୍ବିଂ ଅପରେଶନ ବେଳେ ID ବିସ୍ଫୋରଣ ହୋଇଥିଲା । ଗୁରୁତର ଯବାନଙ୍କୁ ନାରାୟଣପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications