ବିଜେପି ପ୍ରାର୍ଥୀଙ୍କ ରୋଡ୍ ଶୋ' ବେଳେ ଦୁର୍ଘଟଣା, ପ୍ରଚାର ଗାଡ଼ି ଧକ୍କାରେ ଚାଲିଗଲା ୨ ଶିଶୁଙ୍କ ଜୀବନ
ଲକ୍ଷ୍ନୌ: ପିଲାଙ୍କ ଉପରେ ଚଢିଗଲା ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍କେଡ । ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୨ ପିଲା । ବ୍ରିଜଭୂଷଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍କେଡରେ ସାମିଲ ଥିବା ଏକ ଫର୍ଚୁନର କାର ୩ କଲେଜ ପିଲାଙ୍କ ଉପରେ ଚଢି ଯାଇଛି ।
ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୈ କରନୈଲଗଞ୍ଜ ଲୋକସଭା କ୍ଷେତ୍ରରେ । ବୁଧବାର ସକାଳୁ ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କରନୈଲଗଞ୍ଜ- ହୁଜୁପୁର ରାସ୍ତାରେ ହିଟ୍ ଆଣ୍ଡ୍ ରନ୍ କେସ୍ ସାମ୍ନାକୁ ଆସିଛି । ଛତଈପୁରୱେ ସ୍ଥିତ ବୈକୁଣ୍ଠ ଡିଗ୍ରୀ କଲେଜ୍ ନିକଟରେ ସାଂସଦ ପ୍ରାର୍ଥୀ କରଣଭୂଷଣ ସିଂହଙ୍କ ଗାଡ଼ି ଦ୍ରୁତଗତିରେ ଆସି ରୋଡ୍ ଶୋ' ସାମିଲ୍ ଥିବା ଏକ ମଟର ସାଇକେଲରୁ ଧକ୍କା ଦେଇଥିଲେ ।

ପରେ ବାଇକ୍ ସହ ୩ଜଣଙ୍କୁ ଘୋଷାଡ଼ି ନେଇଥିଲା କରଣଭୂଷଣଙ୍କ କାଫିଲାରେ ଥିବା ଏକ ଫର୍ଟୁନର କାର୍ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । କିଛି ଲୋକ ସାଂସଦ ପ୍ରାର୍ଥୀଙ୍କ ଗାଡ଼ିକୁ ପୋଡିବାକୁ ଚେଷ୍ଟ କରିଥିଲେ ।
ଦୁର୍ଘଟଣା ଖବର ମିଳିବା କ୍ଷଣି କଟରବଜାର, ପରସପୁର, କରନୈଲଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦୁର୍ଘଟଣା ଘଟିବା ପରେ କରଣ ଭୂଷଣ ସିଂହ ଏହି ସ୍ଥାନରେ ଅଟକିନଥିଲେ । ଏମିତି କି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିନଥିବା କୁହାଯାଉଛି ।












Click it and Unblock the Notifications