ନକ୍ସଲଙ୍କ ଗ୍ରେନେଡ୍ ଆକ୍ରମଣରେ ୨ ଯବାନ ଗୁରୁତର

ସୁକୁମା: ଛତିଶଗଡରୁ ଏକ ବଡ ଖବର ସାମ୍ନାକୁ ଆସିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ । ଏଥିରେ ଦୁଇ ଜଣ ଜବାନ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ଛତିଶଗଡର ସୁକମା ଜିଲ୍ଲାରେ ଅବସ୍ଥିତ ରାୟଗୁଡେମ ଅଞ୍ଚଳରେ ହୋଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳ ନକ୍ସଲମାନଙ୍କ ଅଧୀନରେ ଥିଲା । ଏଠାରେ ନକ୍ସଲମାନଙ୍କ ଏକ ବୃହତ୍ ବାଟାଲିଅନ୍ ବାସ କରୁଥିଲେ, କିନ୍ତୁ ଛତିଶଗଡକୁ ନକ୍ସଲଙ୍କଠାରୁ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ଜବାନଙ୍କ ପାଟ୍ରୋଲିଂ କରୁଥିବା ଦେଖି ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ନକ୍ସଲଙ୍କ ଗୁଳିରେ ଦୁଇ ଜଣ ଜବାନ ଗୁରୁତର ଆହତ ହୋଇଥିବା ଖବର ରହିଛି ।

bsf

ଏହାପରେ ସୁରକ୍ଷାକର୍ମୀ ନକ୍ସଲଙ୍କ ଆକ୍ରମଣର ପ୍ରତିଶୋଧ ନେବାକୁ ପାଲଟା ଗୁଳି ଚଳାଇବା ଆରମ୍ଭ କରିଥିଲେ ସେତେବେଳେ ନକ୍ସଲମାନେ ସେଠାରୁ ଖସି ପଳାଇଥିଲେ । ଉଭୟ ଆହତ ଜବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+