ଛତିଶଗଡ଼ରେ IED ବିସ୍ଫୋରଣ, ୨ ଯବାନ ଶହୀଦ
ରାୟପୁର: ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଜଣ ଆଇଟିବିପି କର୍ମଚାରୀ ଶହୀଦ ହୋଇଛନ୍ତି। ଏହାସହ ଦୁଇଜଣ ପୋଲିସ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ସେମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ଛତିଶଗଡର ସୀମାବର୍ତ୍ତୀ ଅଞ୍ଚଳ ନାୟାରଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିଲେ। ଖାନତଲାସୀ ପରେ ସେଠାରୁ ଫେରିବା ସମୟରେ ମୋହାନ୍ଦି ଗାଁ ନିକଟରେ ଆଇଡି ବିସ୍ଫୋରଣ ଘଟିଥିଲା। ଏଥିରେ କିଛି ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ITBP ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏଥିସହ ଦୁଇ ଜଣ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି।












Click it and Unblock the Notifications