ଲସ୍କର-ଏ-ତୈବାର ୨ ଆତଙ୍କବାଦୀ ଗିରଫ,
କଶ୍ମୀରର ଶୋପିଆନରେ ସେନା, ଜାମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଲସ୍କର-ଏ-ତୈବା ସହିତ ଜଡ଼ିତ ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏଥିସହ ସୋନଙ୍କ ଠାରୁ ଦୁଇଟି ଏକେ-୫୬ ରାଇଫଲ୍, ଚାରୋଟି ମାଗ୍ଜିନ୍, ଦୁଇଟି ହ୍ୟାଣ୍ଡ୍ ଗ୍ରେନେଡ୍ ଆଦି ଜବତ କରାଯାଇଛି । ସେପଟେ ଗିରଫ ଆତଙ୍କବାଦୀଙ୍କ ବିରୁଦ୍ଧରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ପୋଲିସ କହିଛି ଯେ, ଶୋପିଆନ ଜିଲ୍ଲାର ବାସ୍କୁଚାନ ଇମାମ ସାହିବରେ ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୭୮ ବାଟାଲିୟନ ସିଆରପିଏଫ ସହିତ ସମନ୍ୱୟରେ ସିଏଏସଓ ଆରମ୍ଭ କରାଯାଇଥିଲା। ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲା ସେନା । ଏହି ସମୟରେ ନିକଟସ୍ଥ ଏକ ବଗିଚାରେ ଲୁଚି ଥିବା ଦୁଇ ଆତଙ୍କବାଦୀଙ୍କୁ ଅତି ଚତୁରତାର ସହ ଗିରଫ କରିଛି ସୁରକ୍ଷାବଳ ।

ଲସ୍କର-ଏ-ତୈବା ଦୁଇ ଆତଙ୍କୀ ହେଲେ ଇରଫାନ୍ ବଶିର ଏବଂ ଉଜୈର ସଲାମ । ପ୍ରକାଶ ଥାଉକି, ଏପ୍ରିଲ ୨୨ ତାରିଖରେ ଲସ୍କର-ଏ-ତୈବା ଆତଙ୍କବାଦୀମାନେ ପହଲଗାମରେ ୨୫ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ଘୋଡ଼ା ମାଲିକଙ୍କ ସମେତ ୨୬ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ । ଏହା ପରେ ସେନା, ପୋଲିସ ଏବଂ CRPF ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆକ୍ରମଣାତ୍ମକ ଭାବରେ ତୀବ୍ର କରିଛନ୍ତି।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications