ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାର ଅଭୁଝମାଡ଼ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି। ଡିଆର୍ଜି, ଏଟିଏଫ୍ ଯବାନଙ୍କ ଅପରେଶନର ଏହି ସଫଳତା ମିଳିଛି। ଘଟଣାସ୍ଥଳରୁ ଗୋଟିଏ INSASH ରାଇଫଲ,ଗୋଟିଏ ୩ ନୋଟ୍ ୩ ବନ୍ଧୁକ ଏବଂ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ। ଏବେବି ଅପରେଶନ ଜାରି ରହିଛି।













Click it and Unblock the Notifications